Latest Odisha News

BREAKING NEWS

କାଶୀପୁର ଅଜଣା ରୋଗ ମୃତ୍ୟୁ ମାମଲା, ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ

ରାୟଗଡା: କାଶୀପୁର ମାନୁସପଦରରେ ଅଜଣା ରୋଗରେ ୫ ଜଣଙ୍କ ମୃତ୍ୟୁ ଘଟଣା ପରେ ରାଜ୍ୟ ସରକାରଙ୍କ ତତ୍ପରତା । ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଘଟଣା ଉପରେ ପୂରା ନଜର ରଖିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଅଜଣା ରୋଗର କାରଣ ଖୋଜିବାକୁ ସ୍ବାସ୍ଥ୍ୟ ବିଭାଗ ଓ ଆରଏମଆରସିକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ।

ଏବେ ବି ବହୁ ଆକ୍ରାନ୍ତ ଚିକିତ୍ସିତ ହେଉଥିବାରୁ ତୁରନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଅଜଣା ରୋଗ ବ୍ୟାପିଥିବା ମାନୁଷପଦର ଗାଁକୁ ରାସ୍ତା ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପଂଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Leave A Reply

Your email address will not be published.