Latest Odisha News

BREAKING NEWS

୪୮ ଘଣ୍ଟା ଧରି ଚାଲିଛି ଏନକାଉଣ୍ଟର: ଘଞ୍ଚ ଜଙ୍ଗଲରେ ଲୁଚିଛନ୍ତି ଆତଙ୍କୀ, ଜଣେ ଯବାନ ନିଖୋଜ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ୪୮ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଛି ଏନକାଉଣ୍ଟର । ଘଞ୍ଚ ଜଙ୍ଗଲରେ ଲୁଚି ରହଛନ୍ତି ଆତଙ୍କୀ । ଏପଟେ ସେନାର ଜଣେ ଯବାନ ନିଖୋଜ ହୋଇ ଯାଇଛନ୍ତି । ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ମଙ୍ଗଳ ବାର ରାତିରେ ସେନା ଏବଂ ପୋଲିସ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା । ବୁଧବାରଠାରୁ ଏହା ଆହୁରି ଜୋରଦାର କରାଯାଇଥିଲା । ଏନକାଉଣ୍ଟରରେ ଜଣେ ମେଜର, ଜଣେ କର୍ଣ୍ଣେଲ ଏବଂ ଜମ୍ମୁ କାଶ୍ମୀରର ଡିଏସପି ସହିଦ ହୋଇଗଲେ । ଅନ୍ୟପକ୍ଷେ ସେନା ଗୁଳିରେ ୨ ଜଣ ଆତଙ୍କୀ  ନିପାତ ହୋଇଛନ୍ତି ।  ତଥାପି  ଥମିନି ଉତ୍ତେଜନା ।

ଏନକାଉଣ୍ଟର ବେଳେ ଜଣେ ଯବାନ ନିଖୋଜ ହୋଇ ଯାଇଛନ୍ତି । ଡ୍ରୋନ ଏବଂ ହୈରୋନରେ ଆତଙ୍କୀମାନଙ୍କ ଉପରେ ନଜର ରଖାଯାଇଛି । ଆତଙ୍କୀଙ୍କୁ ଖୋଜି ବାହାର କରିବା ପାଇଁ ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଡିଭାଇସର ବ୍ୟବହାର କରାଯାଇଛି ।

ଅପରେସନର ଦାୟିତ୍ୱରେ ଥିବା ସେନାଧିକାରୀଙ୍କ କହିବା ଅନୁଯାୟୀ, ଏହି ଆତଙ୍କବାଦୀ ବିରୋଧୀ ଅପରେସନ ସେନା ଏବଂ ଜମ୍ମୁକଶ୍ମୀର ପୋଲିସ ପକ୍ଷରୁ ଚାଲିଛି । ଆତଙ୍କୀଙ୍କୁ କାବୁ କରିବା ପାଇଁ ନୂଆ ଜେନେରେଶନର ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଉଛି ।

Leave A Reply

Your email address will not be published.