Latest Odisha News

BREAKING NEWS

ପୁଣି ସେବାୟତଙ୍କ ମଧ୍ୟରେ ବିବାଦ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଭ୍ରାଟ

ପୁରୀ: ଶ୍ରୀମନ୍ଦିରରେ ସେବାୟତମାନଙ୍କ ମଧ୍ୟରେ ବିବାଦ ତୁଟିବାର ନାଁ ନେଉନାହିଁ । ପ୍ରତ୍ୟକ ଥର ସେବାୟତମାନଙ୍କ ମଧ୍ୟରେ ବିବାଦ କାରଣରୁ ବନ୍ଦ ରହୁଛି ଶ୍ରୀଜିଉଙ୍କ ନୀତିକାନ୍ତି । ଏହାରି ଭିତରେ ଆଜି ପୁଣି ସେବାୟତଙ୍କ ମଧ୍ୟରେ ବିବାଦ କାରଣରୁ ବନ୍ଦ ରହିଛି ମହାପ୍ରଭୁଙ୍କ ନୀତିକାନ୍ତି । ସେବାରୁ ନିବୃତ ଥିବା ଜଣେ ସିଂହାରୀ ସେବାୟତ ଆଜି ମହାପ୍ରଭୁଙ୍କ ମଙ୍ଗଳାଆଳତୀ କରିବାରୁ ଏହାକୁ ନେଇ ଦେଖାଦେଇଛି ବିବାଦ। ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ କରାଗଲା ପରେ ଯାଇ ନୀତି ବଢ଼ିବ ବୋଲି ଅନ୍ୟ ସେବାୟତମାନେ ଜିଦ୍ କରି ବସିଛନ୍ତି । ସେପଟେ ନୀତିକାନ୍ତିରେ ଶୃଙ୍ଖଳା ଆଣିବା ପାଇଁ ଶ୍ରୀମନ୍ଦିରରେ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ନୀତି ପ୍ରଶାସକ  ।

ସୂଚନା ଅନୁସାରେ, ଅନ୍ୟଜାତିରେ ବିବାହ କରିଥିବାରୁ ମହାପ୍ରଭୁଙ୍କ ସେବା ପୂଜାରୁ ସିଂହାରୀ ସେବାୟତ ସଂଘମିଶ୍ର ସିଂହାରୀଙ୍କୁ ବଞ୍ଚିତ କରାଯାଇଥିଲା । ଯାହା ପାଇଁ ନିଯୋଗ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା । ହେଲେ ଆଜି ସକାଳୁ ସକାଳୁ ନିଲମ୍ବିତ ସିଂହାରୀ ସେବାୟତ ଯାଇ ମହାପ୍ରଭୁଙ୍କ ସେବା ପୂଜା କରିଥିଲେ । ଏହାକୁ ନେଇ ଅନ୍ୟ ସେବାୟତମାନେ ପ୍ରତିବାଦ କରିଥିଲେ। ତା’ପରେ ଦେଖାଦେଇଥିଲା ବିବାଦ । ଯାହାକୁ ନେଇ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରଖିଥିଲେ ଅନ୍ୟ ସେବାୟତ । ସକାଳୁ ସକାଳୁ ମହାପ୍ରଭୁଙ୍କ ଦ୍ୱାର ଫିଟା, ଭିତର ଶୋଧ, ମଙ୍ଗଳ ଆଳତି, ରୋଷହୋମ, ମଇଲମ ନୀତି ହୋଇଥିଲା । ତା’ ପରଠାରୁ ନୀତି କାନ୍ତିରେ ଦେଖାଦେଇଥିଲେ ବିଭ୍ରାଟ । ମହାପ୍ରଭୁଙ୍କୁ ମହାସ୍ନାନ କରାଗଲା ପରେ ଯାଇ ନୀତି ବଢ଼ିବ ବୋଲି ଜିଦ୍ ଧରି ବସିଥିଲେ ଅନ୍ୟ ସେବାୟତ। ବିବାଦର ସମାଧାନ କରିବାକୁ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ୍। ଏନେଇ ନୀତି ପ୍ରଶାସକ ସେବାୟତଙ୍କ ସହ ଆଲୋଚନା କରିବା ପରେ ଶୀଘ୍ର ବିବାଦ ସମାଧାନ କରି ନୀତି ତ୍ୱରାନ୍ୱିତ କରିବାକୁ ଚେଷ୍ଟା କରିଥିଲେ ରଞ୍ଜନ ଦାସ୍ । ଆଲୋଚନା ପରେ ଏବେ ସୁରୁଖୁରୁରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନୀତିକାନ୍ତି ।

Leave A Reply

Your email address will not be published.