Latest Odisha News

BREAKING NEWS

ଓଡିଶାରେ କାଶ୍ମୀର ଆତଙ୍କୀ ! ୨୦୧୮ରୁ ରହୁଥିଲା ବୁଖାରୀ

ଯାଜପୁର:  କ୍ରାଇମବ୍ରାଞ୍ଚ ଏସଟିଏଫ୍ କବଜାରେ କାଶ୍ମୀରର ସନ୍ଦିଗ୍ଧ ଆତଙ୍କୀ । ଯାଜପୁର ଧର୍ମଶାଳାରୁ ସୟଦ ଇଶାନ ବୁଖାରୀକୁ ଏସଟିଏଫ୍ ଗିରଫ କରିଛି । ଠକେଇ ଏବଂ ଦେଶ ବିରୋଧୀ ତତ୍ତ୍ବ ସହ ଲିଙ୍କ୍ ଅଭିଯୋଗରେ ଗିରଫ କରାଯାଇଛି । ଅଭିଯୁକ୍ତଠାରୁ ୧୦୦ରୁ ଉର୍ଦ୍ଧ୍ବ ଡକ୍ୟୁମେଣ୍ଟ ଜବତ କରାଯାଇଛି । ଅଭିଯୁକ୍ତ ଜଣକ ନିଜକୁ ଜଣେ ସେନା ଡାକ୍ତର, ପିଏମଓ ଅଧିକାରୀ , NIA ଅଧିକାରୀ ଙ୍କ ନିକଟତର କହୁଥିଲା ।  ବୁଖାରୀ ୬ରୁ ୭ ଜଣ ଯୁବତୀଙ୍କୁ ବିବାହ କରିଥିବା ଯାହା ସୂଚନା ମିଳିଛି ।

କାଶ୍ମୀର , ୟୁପି , ମହାରାଷ୍ଟ୍ର ଓ ଓଡିଶାର ଯୁବତୀଙ୍କୁ ବାହା ହୋଇଥିଲା । ବିଭିନ୍ନ ଓ୍ବେବସାଇଟ୍ ଏବଂ ଆପରେ ମଧ୍ୟ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲା । କେରଳର କିଛି ସନ୍ଦିଗ୍ଧ ଏବଂ ପାକିସ୍ତାନୀଙ୍କ ସହ ବି ଯୋଗାଯୋଗରେ ଥିବା ଜଣାପଡିଛି । ଠକେଇ ମାମଲାରେ କାଶ୍ମୀର ପୋଲିସର ଓ୍ବାଣ୍ଟେଡ୍ ତାଲିକାରେ ଥିଲା ବୁଖାରୀ  । ସେପଟେ ଏହି ଘଟଣାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛି କ୍ରାଇମବ୍ରାଞ୍ଚ ଆଇଜି । ଗିରଫ ବୁଖାରୀର ଆତଙ୍କୀ ଲିଙ୍କ ନେଇ ଖୋଳତାଡ ଚାଲିଛି ।

ବୁଖାରୀ ବହୁତ୍ ବଡ ଠକ ଥିଲା । ତାକୁ ଆମେ ୭ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବୁ  । କାଶ୍ମୀର ଓ ପଞ୍ଜାବ ପୋଲିସ ସହ ବି ଯୋଗାଯୋଗରେ ରହିଛୁ । ୨୦୧୮ ମସିହାରୁ ସେ ଓଡିଶାରେ ରହୁଥିଲା  । ଏବଂ ନିଜକୁ ଜଣେ ଡାକ୍ତର କହୁଥିଲା । ପିଏମଓ ଅଧିକାରୀ , NIA ଅଧିକାରୀ ଙ୍କ ନିକଟତର ମଧ୍ୟ କହୁଥିଲା । ୬ରୁ ୭ ଜଣ ଯୁବତୀଙ୍କୁ ବିବାହ କରିଥିବା ଯାହା ସୂଚନା ମିଳିଛି  । ତାଠାରୁ ଅଧିକଙ୍କୁ ବି ବିବାହ କରିଥାଇପାରେ ବୋଲି କହିଛନ୍ତି ଆଇଜି ।

Leave A Reply

Your email address will not be published.