Latest Odisha News

ଜିଏସଟି ଫାଙ୍କିବା ଅଭିଯୋଗରେ ଚାଲିଛି ଚଢାଉ

ସୁବର୍ଣ୍ଣପୁର : ଜିଏସଟି ଫାଙ୍କିବା ଅଭିଯୋଗରେ ରେଡ୍  । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସ୍ଥିତ ସହଲା ରୋଡ ରେ ଥିବା କେଜିଏନ୍ ସାନିଟାରୀ ଓ ମୁକ୍ତାର ଟ୍ରେଡସ ଦୁଇଟି ଜାଗାରେ ବଲାଙ୍ଗୀର ଜିଏସଟିର ୬ ଜଣିଆ ଟିମ୍ ଚଢ଼ାଉ କରୁଛି  । GST ଫାଙ୍କିବା ଅଭିଯୋଗ ରେ ଏହି ରେଡ୍ ଜାରି ରହିଛି ।

କିଶୋର ଚନ୍ଦ୍ର ମେହେର ଡେପୁଟି କମିସନର ଙ୍କ ନେତୃତ୍ଵରେ ଛାନଭିନ୍ ଜାରି ରହିଛି । ଆଜି ସକାଳୁ ଜିଏସଟି ଟିମ୍ ଏବଂ ବଲାଙ୍ଗୀର ଓ ସୋନପୁର ପୋଲିସ ଏହି ଦୁଇ ଦୋକାନରେ ଚଢାଉ ଜାରି ରଖିଛି । ସେମାନଙ୍କ ବ୍ୟାଙ୍କ ପାସବୁକ ,  ଟଙ୍କା ସହ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଗୁଡ଼ିକୁ ଯାଞ୍ଚ କରାଯାଉଛି  ।

Leave A Reply

Your email address will not be published.