ଶ୍ରୀନଗର: କଶ୍ମୀରରେ ମୂଖ୍ୟ ଆତଙ୍କୀ ସଂଗଠନ ଜୈଶ, ହିଜବୁଲ ଓ ଲଶ୍ମର ଦୁର୍ବଳ ହେବା ପରେ ଏବେ ସୁରକ୍ଷାକର୍ମୀଙ୍କ ନଜରରୁ ବଂଚିବା ପାଇଁ ଏହାର ଛାୟା ସଂଗଠନଗୁଡିକ ଗଢ଼ିଉଠୁଛି । ଛୋଟ ଛୋଟ ସଂଗଠନ କରି ପୋଲିସ ଆଖିରେ ଧୂଳି ଦେବା ସେମାନଙ୍କ ମୂଖ୍ୟ ଲକ୍ଷ୍ୟ । ଏ ନେଇ ଗୋଇନ୍ଦା ସଂସ୍ଥାଠାରୁ ଖବର ପାଇବା ପରେ ସମସ୍ତଙ୍କୁ ହାଇ ଆଲର୍ଟରେ ରଖାଯାଇଛି । ଏଗୁଡିକ ହେଲା କାଶ୍ମୀର ଟାଇଗର୍ସ, ଟିଆରଏଫ ଓ ଏଲଇଏମ । ଏମାନେ କଶ୍ମୀରର ଯୁବକମାନଙ୍କୁ ପ୍ରଲୋଭନ ଦେଖାଇ ସେମାନଙ୍କ ସଂଗଠନରେ ସାମିଲ କରୁଛନ୍ତି ।
ସୁରକ୍ଷାକର୍ମୀମାନେ ଏ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବାରେ ଲାଗିଛି । ଭାରତୀୟ ମୋବାଇଲ ନେଟୱର୍କ ଧୀମା ରହୁଥିବାରୁ ଏମାନେ ତୁର୍କୀର ଆପ୍ସ ବ୍ୟବହାର କରି ଭାରତ ବିରୋଧରେ ଷଡଯନ୍ତ୍ର ରଚୁଛନ୍ତି । ତୁର୍କୀର ଏହି ଆପ୍ ସହଜରେ ସେମାନଙ୍କୁ ସବୁ କିଛି ତଥ୍ୟ ଯୋଗାଇବାରେ ସହାୟ ହେଉଛି ।
Comments are closed.