Latest Odisha News

BREAKING NEWS

ନେପାଳ କମ୍ୟୁନିଷ୍ଟ ପାର୍ଟିରୁ ବିଦା ହେଲେ କେପି ଶର୍ମା ଓଲୀ

କାଠମାଣ୍ଡୁ: ଭାରତ ବିରୋଧୀ ହେବା ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ନେପାଳ କମ୍ୟୁନିଷ୍ଟ ପାର୍ଟି ରବିବାର କେପି ଶର୍ମା ଓଲୀଙ୍କୁ ପାର୍ଟିରୁ ହଟାଇ ଦେଇଛି । ଏଥିସହ ତାଙ୍କର ସଦସ୍ୟତା ମଧ୍ୟ ରଦ୍ଦ କରାଯାଇଛି । ପାର୍ଟିରେ ଓଲୀଙ୍କ ବିରୋଧରେ ବିଦ୍ରୋହ ସ୍ୱର ଜୋର ଧରିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ଏନସିପିର ପୃଥକ ଦଳର ନେତା ପୁଷ୍ପ କୁମାର ଦହଲ ସରକାର ବିରୋଧୀ ରାଲୀର ନେତୃତ୍ୱ ନେଇଥିଲେ । ଓଲୀ ଦଳର ସମ୍ବିଧାନ ତଥା ପ୍ରକ୍ରିୟା ଉଲ୍ଲଂଘନ କରିବା ସହ ସମ୍ବିଧାନର ସମ୍ମାନକୁ ତଳେ ପକାଇଥିଲେ । ସେ ଦଳରୁ ଯିବା ଜରୁରୀ ଥିଲା ବୋଲି ପ୍ରଚଣ୍ଡ କହିଛନ୍ତି । ଓଲୀ ଯିବା ଫଳରେ ଚୀନର ଭାରତ ବିରୋଧୀ ରଣନୀତିକୁ ଶକ୍ତ ଧକ୍କା ଲାଗିଛି ।

Leave A Reply

Your email address will not be published.