Latest Odisha News

BREAKING NEWS

୩୭୦ ହଟିବା ପରେ ଆତଙ୍କବାଦୀ ସଂଗଠନଠାରୁ ଦୂରେଇ ରହୁଛନ୍ତି ଯୁବପିଢ଼ୀ

ନୂଆଦିଲ୍ଲୀ: ଭାରତ ସରକାର ୩୭୦ ଧାରା ହଟାଇବା ପରେ ଏହାର ପ୍ରଭାବ ଜମ୍ମୁ-କଶ୍ମୀରରେ ଏବେ ଦେଖିବାକୁ ମିଳୁଛି । ସୁରକ୍ଷା ଏଜେନ୍ସିର ଏକ ଆଭ୍ୟନ୍ତରୀଣ ତଥ୍ୟ ଅନୁସାରେ ୨୬ ଜାନୁୟାରୀ ୨୦୧୯ରୁ ଜାନୁୟାରୀ ୨୦୨୦ ମଧ୍ୟରେ କେବଳ ୨୮ ଜଣ ଯୁବକ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି ।

ସେହିପରି ୧ ଜାନୁୟାରୀ ୨୦୧୯ରୁ ୪ ଅଗଷ୍ଟ ୨୦୧୯ ମଧ୍ୟରେ ୧୦୫ ଯୁବକ ଉଗ୍ରବାଦୀ ସଂଗଠନରେ ଯୋଗ ଦେଇଥିଲେ । ବିଶେଷ କରି କଶ୍ମୀରର ପୁଲବାମା, ଅନନ୍ତନାଗ, କୁଲଗାମ ଓ ଶପିୟାଁର ଅଧିକାଂଶ ଯୁବକ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲେ । ଗତବର୍ଷ ୨୧୧ ଆତଙ୍କବାଦୀ କେନ୍ଦ୍ରଶାସିତ ପ୍ରଦେଶରେ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।

୭୪ଜଣ ପିଓକେ ଫେରି ଯାଇଥିଲେ । ସରକାର ସ୍ଥାନୀୟ ଯୁବକଙ୍କ ପାଇଁ ଆବଶ୍ୟକ ମୁତାବକ ଚାକିରୀ ଯୋଗାଇବା ଆରମ୍ଭ କରିଥିବାରୁ ସେମାନଙ୍କ ମନ କିଛି ମାତ୍ରାରେ ପରିବର୍ତନ ହୋଇଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

Leave A Reply

Your email address will not be published.