Latest Odisha News

BREAKING NEWS

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ର‌୍ୟାପର୍ ବାଦଶାହ

ମୁମ୍ବାଇ:ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବଲିଉଡ ସିଙ୍ଗର ତଥା ର‌୍ୟାପର ବାଦଶାହ । ପଂଜାବ ଲୁଧିଆନାଠାରେ ତାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏଥିରୁ ବାଦ୍‌ଶାହ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେ ପୁରାପୁରି ସୁରକ୍ଷିତ ଥିବା ଜଣାପଡିଛି । ତେବେ ଦୁର୍ଘଟଣାରେ ତାଙ୍କ ଗାଡି କ୍ଷତିଗ୍ରସ୍ତ ହୋଇଛି। ସୂଚନା ମୁତାବକ ବାଦଶାହ ପଂଜାବରେ ଏକ ଫିଲ୍ମର ସୁଟିଂ କରୁଛନ୍ତି । ତେବେ ସୋମବାର ସୁଟିଂ ପାଇଁ ଯିବା ବେଳେ ରାସ୍ତାରେ ହିଁ ତାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏକ କ୍ୟାଂଟର, ଆର୍ମୀ ଟ୍ରକକୁ ଧକ୍କା ଦେବା ଫଳରେ ୫୦ରୁ ଅଧିକ ଗାଡି ମଧ୍ୟରେ ଧକ୍କା ହୋଇଥିଲା । ଏହି ସମୟରେ ବାଦଶାହଙ୍କ ଗାଡି ମଧ୍ୟ ସେଥିରେ ସାମିଲ ଥିଲା । ତେବେ ଦୁର୍ଘଟଣା ନେଇ ସିଙ୍ଗର ବାଦଶାହଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ ।

Leave A Reply

Your email address will not be published.