Latest Odisha News

BREAKING NEWS

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ କଶ୍ମୀରର ଟୁଲିପ୍‌ ଉଦ୍ୟାନ

ଶ୍ରୀନଗର: ୧.୫ ମିଲିୟନ୍ ଟୁଲିପ୍‌ ଫୁଲ ସହିତ ଏସିଆର ବୃହତ୍ତମ ଉଦ୍ୟାନ ଭାବେ ବିବେଚନା କରାଯାଉଥିବା ଶ୍ରୀନଗରର ଟୁଲିପ୍‌ ଉଦ୍ୟାନ ଗୁରୁବାର ଦିନ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଏକ ଟୁଇଟ କରି ପର୍ଯ୍ୟଟକଙ୍କୁ କଶ୍ମୀର ଭ୍ରମଣ ପାଇଁ କହିଛନ୍ତି। ଡାଲ ହ୍ରଦ କୂଳରେ ଅବସ୍ଥିତ ହିମାଳୟ ପାଦଦେଶରେ ଥିବା ଏହି ଉଦ୍ୟାନ ଆଜିଠୁ ଖୋଲିବ ଏବଂ ପର୍ଯ୍ୟଟଙ୍କୁ କଶ୍ମୀର ପରିଦର୍ଶନ କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ଅଧିକାରୀ କହିଛନ୍ତି ଯେ ୬୩ ପ୍ରକାରର ବିଭିନ୍ନ ରଙ୍ଗର ଟୁଲିପ୍‌ ଫୁଲ ମଧ୍ୟରୁ ୧.୫ ମିଲିୟନ୍ ଏହି ମାସ ଶେଷ ସୁଦ୍ଧା ଫୁଟିଥାଏ ଏବଂ ଏହା ସର୍ବାଧିକ ଚାରି ସପ୍ତାହ ପର୍ଯ୍ୟନ୍ତ ରହିଥାଏ। ଗତ ବର୍ଷ, କୋଭିଡ-୧୯ ସମୟରେ ପ୍ରାୟ ୧.୩ ମିଲିୟନ୍ ଟୁଲିପ୍‌ ଫୁଲ ଫୁଟିଥିଲା।

Leave A Reply

Your email address will not be published.