Latest Odisha News

BREAKING NEWS

ପ୍ରିୟଙ୍କାଙ୍କ ନ୍ୟୁୟର୍କ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଭିକି-କ୍ୟାଟ୍‌

ମୁମ୍ବାଇ : କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଲ ବିବାହ ପରଠାରୁ ଦୁହେଁ ବହୁତ ଚର୍ଚ୍ଚାକୁ ଆସିଛନ୍ତି । ଉଭୟ ସୋସିଆଲ୍‌ ମିଡିଆରେ ସୁନ୍ଦର ସୁନ୍ଦର ଫଟୋ ପୋଷ୍ଟ କରୁଛନ୍ତି। ନିକଟରେ ଦୁହେଁ କ୍ୟାଟ୍ରିନାଙ୍କ ପ୍ରିୟ ସ୍ଥାନକୁ ବୁଲିବାକୁ ଯାଇଥିଲେ। ଯାହାର ଫଟୋ ସୋସିଆଲ୍‌ ମିଡିଆରେ ଘୁରି ବୁଲୁଛି।

ବର୍ତ୍ତମାନ ସେ ସ୍ୱାମୀ ଭିକିଙ୍କ ସହିତ ନ୍ୟୁୟର୍କର ପ୍ରିୟ ରେଷ୍ଟୁରାଣ୍ଟକୁ ଯାଇଛନ୍ତି । ତାହା ପୁଣି ତାଙ୍କ ପ୍ରିୟ ବନ୍ଧୁ ତଥା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ ‘ସୋନା’କୁ। ଯାହାର ଫଟୋ ସୋସିଆଲ୍‌ ମିଡିଆରେ କ୍ୟାଟ୍‌ ଓ ଭିକି ସେୟାର କରିଛନ୍ତି।

ନିକଟରେ କ୍ୟାଟ୍ରିନା ଏବଂ ଭିକି ନ୍ୟୁୟର୍କରେ ଥିବା ପ୍ରିୟଙ୍କାଙ୍କ ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ । କ୍ୟାଟ୍ରିନା-ଭିକି ସେଠାରେ ରେଷ୍ଟୁରାଣ୍ଟର ସୁସ୍ବାଦୁ ଖାଦ୍ୟର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଏହି ଫଟୋରେ କ୍ୟାଟ୍ରିନା ଫ୍ଲୋରାଲ୍‌ର ଡ୍ରେସ୍‌ ପିନ୍ଧିଥିବା ବେଳେ ଭିକି କଳାର କାଜୁଆଲ୍‌ ଡ୍ରେସ୍‌ରେ ନଜର ଆସିଛନ୍ତି।  ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମ୍‌ ଷ୍ଟୋରୀରେ ଫଟୋ ସେୟାର କରି ରେଷ୍ଟୁରାଣ୍ଟର ପ୍ରଶଂସା କରିଥିଲେ ।

Leave A Reply

Your email address will not be published.