Latest Odisha News

ଧୁମ୍‌ଧାମ୍‌ରେ ଜନ୍ମଦିନ ପାଳିଲେ କ୍ୟାଟ୍ରିନା: ରୋମାଣ୍ଟିକ୍ ଅନ୍ଦାଜର ଫଟୋ ସେୟାର କଲେ ଭିକି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ୪୦ତମ ଜନ୍ମଦିନ ଧୂମ୍‌ଧାମରେ ପାଳନ କରିଛନ୍ତି । ଜନ୍ମଦିନକୁ ସ୍ୱତନ୍ତ୍ର କରିବା ପାଇଁ ସେ ତାଙ୍କ ସ୍ୱାମୀ ଭିକି କୌଶଲଙ୍କ ସହ ମୁମ୍ବାଇ ବାହାରକୁ ଯାଇଛନ୍ତି । ଏହି ଅବସରରେ ଭିକି ବିଶେଷ ମୁହୂର୍ତ୍ତର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରି କ୍ୟାଟ୍ରିନାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ଫଟୋକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରିବା ସହ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

BjdElectrycity

ଭିକି ତାଙ୍କ ଇନଷ୍ଟାଗ୍ରାମରେ ଦୁଇଟି ଫଟୋ ଶେୟାର କରିଛନ୍ତି । ଏହି ଦୁଇଟି ଯାକ ଫଟୋରେ କ୍ୟାଟ୍ରିନାଙ୍କ ସହ ଭିକି ଏକ ସମୁଦ୍ର କୂଳରେ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି । ଏହି ସମୟରେ କ୍ୟାଟ୍ରିନା ଏକ ହଳଦିଆ ରଙ୍ଗର ଡ଼୍ରେସ ପିନ୍ଧିଥିବା ବେଳେ ଭିକି ହାଲ୍‌କା ନୀଳ ରଙ୍ଗର ସାର୍ଟ ପିନ୍ଧିଛନ୍ତି । ଯେଉଁଥିରେ ଦୁହେଁ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଏହାର କ୍ୟାପସନରେ ଭିକି ଲେଖିଛନ୍ତି-‘ମୁଁ ପ୍ରତ୍ୟେକ ଦିନ ତୁମର ଯାଦୁରେ ହଜିଯାଉଛି । ଜନ୍ମଦିନର ଶୁଭେଚ୍ଛା ମାଇ ଲଭ୍ … ।

କ୍ୟାଟ୍ରିନା ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତ୍ରୀ । ସେ ପଞ୍ଜାବୀ ପରିବାରର ବୋହୂ ଅଟନ୍ତି । କ୍ୟାଟ୍ରିନା ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କ ଶାଶୁଙ୍କ ସହିତ ଫଟୋ ସେୟାର କରିଥାନ୍ତି ।

 

Leave A Reply

Your email address will not be published.