Latest Odisha News

BREAKING NEWS

ବାହା ହେବେ କାଟ୍ରିନା!

ମୁମ୍ବ‌ାଇ: ଖୁବ୍‌ଶୀଘ୍ର ବାଜିବ ଅଭିନେତ୍ରୀ କାଟ୍ରିନାଙ୍କ ସାହାନାଇ! ସଦ୍ୟ ଖବର ଅନୁଯାୟୀ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବଲିଉଡ୍‌ର ଚୁଲ୍‌ବୁଲି ନାୟିକା କାଟ୍ରିନା କୈଫ୍‌। ସେ ପୁଣି ତାଙ୍କ ରୁମ୍‌ର ବଏ୍‌ଫ୍ରେଣ୍ଡ୍‌ ଭିକି କୌଶଲଙ୍କୁ ବାହା ହେବେ ବୋଲି ଶୁଣିବାକୁ ମିଳୁଛି। ତେବେ ଏ ନେଇ ଉଭୟଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ସୂଚନା ମିଳିନାହିଁ।

ଖବର ଅନୁଯାୟୀ କାଟ୍ରିନା ଆସନ୍ତା କିଛି ମାସ ମଧ୍ୟରେ ତାଙ୍କ ପ୍ରେମିକା ଭିକି କୌଶଲଙ୍କୁ ବିବାହ କରିବେ। ଦୀର୍ଘଦିନ ହେବ ଭିକି ଏବଂ କାଟ୍ରିନାଙ୍କ ସମ୍ପର୍କକୁ ଗୁଜବ ପ୍ରଚାର ହେଉଛି। ନିକଟରେ କ୍ୟାଟ୍ରିନା ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ଅନେକ ସ୍ଥାନରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଛି। ତେବେ ଏ ଖବର କେତେ ସତ ତାହା ତ ସମୟ ଆସିଲେ ଜଣାପଡ଼ିବ।

Comments are closed.