Latest Odisha News

BREAKING NEWS

ବିନା ପୁରୁଷ କ୍ରୁରେ ସ୍ପେଶ୍ ମିଶନ: ମହାକାଶକୁ ଯିବେ ୬ ଜଣ ମହିଳା ମହାକାଶଯାତ୍ରୀ

ନୂଆଦିଲ୍ଲୀ: ପ୍ରଥମ ଥର ବିନା ପୁରୁଷ କ୍ରୁରେ ସ୍ପେଶ୍ ମିଶନ। ଆଜି ମହାକାଶକୁ ଯିବେ ଆମେରିକୀୟ ପପ୍ ଷ୍ଟାର୍ କେଟ୍ଟି ପେରୀ। ପ୍ରଥମ ଘରୋଇ ଅଲ୍-ୱିମେନ୍ ସ୍ପେଶ୍ ମିଶନ NS-31ରେ ସାମିଲ ହେବେ ପ୍ରଖ୍ୟାତ କଣ୍ଠଶିଳ୍ପୀ କେଟ୍ଟିଙ୍କ ସମେତ ୬ ଜଣ ମହିଳା ମହାକାଶଯାତ୍ରୀ।

ମହାକାଶ ପର୍ଯ୍ୟଟନ ସୁବିଧା ଯୋଗାଇ ଦେଉଥିବା ବ୍ଲୁ ଅରିଜିନ୍ କଂପାନୀର ନିୟୁ ସେଫର୍ଡ ରକେଟରେ ସେମାନେ ପୃଥିବୀ ପୃଷ୍ଠରୁ ୧୦୦ କିଲୋମିଟର ଉଚ୍ଚତାକୁ ଯାତ୍ରା କରିବେ। ପ୍ରାୟ ୨ ମିନିଟ୍ ମାଇକ୍ରୋ ଗ୍ରାଭିଟି ଅନୁଭବ କରିବା ସହ ମହାକାଶରୁ ପୃଥିବୀକୁ ଦେଖିପାରିବେ। ପ୍ରାୟ ୧୧ ମିନିଟ୍ ଅବଧିର ଏହି ମହାକାଶ ଯାତ୍ରାରେ ମହାକାଶର ସୀମା କୁହାଯାଉଥିବା କାର୍ମନ୍ ଲାଇନ୍ ଅତିକ୍ରମ କରିବା ପରେ, ପୁଣି ପଥିବୀ ପୃଷ୍ଠକୁ ଫେରି ଆସିବେ।

ଭାରତୀୟ ସମୟ ସନ୍ଧ୍ୟା ପ୍ରାୟ୭ ଟାରେ ଏହା ଆମେରିକାର ଟେକ୍ସାସରୁ ଲଞ୍ଚ୍ ହେବ। ଏହି ସ୍ପେଶ୍ କ୍ୟାପସୁଲର କେହି ପାଇଲଟ୍ ରହିବେ ନାହିଁ। ଏହା ସଂପୂର୍ଣ୍ଣ ଅଟୋମିଟେକ୍ ଲଞ୍ଚ୍ ହେବ ଏବଂ ପୁଣି ଭୂପୃଷ୍ଠକୁ ଫେରି ଆସିବ। ଏହି ମିଶନରେ କେଟ୍ଟିଙ୍କ ସମେତ ସେମାନଙ୍କ ମଧ୍ୟରେ ଅଛନ୍ତି ବ୍ଲୁ ଅରିଜିନ୍ ପ୍ରତିଷ୍ଠାତା ତଥା ବିଶ୍ବର ଦ୍ବିତୀୟ ଧନୀ ବ୍ୟକ୍ତି ଜେଫ୍ ବେଜୋସଙ୍କ ଭାବି ପତ୍ନୀ ଲରେନ୍ ସାନ୍ସେଜ୍, ଟିଭି ସାମ୍ବାଦିକା ଗେଲ୍ କିଙ୍ଗ୍, ୨ ବୈଜ୍ଞାନିକ ଆମାଣ୍ଡା ଓ ଆଇଶା ଏବଂ ଫିଲ୍ମ ପ୍ରଯୋଜିକା କେରିଆନ୍ ଫ୍ଲିନ୍।

Comments are closed.