Latest Odisha News

୧୪ରୁ ଆରମ୍ଭ ହେବ ‘କୌନ ବନେଗା କରୋଡ ପତି ସିଜିନ୍ ୧୫’, ପ୍ରୋମୋ ରିଲିଜ

ମୁମ୍ବାଇ: ଟେଲିଭିଜନ ଦୁନିଆର ସବୁଠୁ ବେଶୀ ଲୋକପ୍ରିୟ କୁଇଜ୍ ଶୋ’ କୌନ ବନେଗା କରୋଡପତି ସିଜିନ୍ ୧୫ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ସୋମବାର ଏହି ନୂଆ ଏପିସୋଡ଼ର ପ୍ରୋମୋ ରିଲିଜ୍ ହୋଇଛି । ଏହି ଶୋର ମୁଖ୍ୟ ଆକର୍ଷଣ ହେଉଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । ସେ ବର୍ଷ ବର୍ଷ ଧରି ଏହି ଶୋ’କୁ ହୋଷ୍ଟ କରିଆସୁଛନ୍ତି । ଏହି ପ୍ରମୋରେ ଅମିତାଭ ଏହାକୁ ‘ନଇ ସୁରୱାତ’ ବୋଲି କହିଛନ୍ତି ।

ସୋନି ଟିଭିରେ ପ୍ରସାରିତ ହୋଇ ଆସୁଥିବା ଏହି ଶୋ’ କୌନ ବନେଗା କରୋଡପତି’ର ସିଜନ ୧୫ ଆସନ୍ତା ୧୪ ରାତି ୯ଟାରେ ପ୍ରିମିୟର ହେବ । ସେ ମଞ୍ଚକୁ ଆସିବା ମାତ୍ରେ ଲୋକେ ତାଙ୍କୁ ଠିଆ ହୋଇ ସ୍ୱାଗତ କରିଛନ୍ତି । ଅମିତାଭ ଏକ ନ୍ୟୁ ଆପ୍ରୋଚ ସହ ନୂଆ ସିଜନକୁ ଆରମ୍ଭ କରିବା ବିଷୟରେ କଥାବାର୍ତ୍ତା କରୁଛନ୍ତି । ପରେ ‘ନଇ ସୁରୱାତ’ ହ୍ୟାସଟ୍ୟାଗ ବ୍ୟବହାର କରନ୍ତି । ଏହି ପ୍ରୋମୋ ସୋସିଆଲ ମିଡ଼ିଆରେ ସେୟାର କରାଯାଇ କ୍ୟାପସନ ଲେଖାଯାଇଛି, ଏହି ସିଜନ ନୂଆ ଭାରତ ଏବଂ ଏହାର ବଦଳୁଥିବା ଭାବନାକୁ ପାଳନ କରିବା ପାଇଁ ପାଳନ କରାଯାଏ ।

Comments are closed.