Latest Odisha News

କୋନ ବନେଗା କରୋଡପତି ପାଇଁ ଉପବାସ ରଖିଥିଲେ ଶ୍ରୀମ୍

ନୂଆଦିଲ୍ଲୀ: କୋନ ବନେଗା କରୋଡପତି ପାଇଁ ଉପବାସ ରଖିଥିଲେ ଶ୍ରୀମ୍। ଯିଏକି ଅମିତାଭ ବଚ୍ଚନଙ୍କୁ ଭେଟିବା ପାଇଁ ୯୭ଦିନର ଉପବାସ ରଖିଥିଲେ।

କୋନ ବନେଗା କରୋଡପତି- ୧୬ର ଶେଷ ଏପିସୋଡରେ ଶ୍ରୀମ୍ ଶର୍ମା ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ୍‌ ସିଟ୍‌ରେ ବସିଥିଲେ। ଏହି ଶୋ’ରେ ଯୋଗଦେବା ଏବଂ ତାଙ୍କ ମା’ଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଶ୍ରୀମ କେବିସିର ସମସ୍ତ ଚ୍ୟାଲେଞ୍ଜ ଗୁଡିକୁ ପୂରଣ କରିଥିଲେ ଏବଂ ଶେଷରେ ସେ ଅମିତାଭ ବଚ୍ଚନଙ୍କ ସମ୍ମୁଖରେ ହଟ ସିଟରେ ବସିପାରିଥିଲେ।

ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ ସିଟ୍ ଉପରେ ବସିବା ପରେ ଶ୍ରୀମ୍ ବିଗ୍ ବିଙ୍କ ସହ ଭାବପ୍ରବଣ ହୋଇ ମନର କଥା ସେୟାର କରିଥିଲେ।କେବିସି ୧୬କୁ ଆସିବା ପାଇଁ ତଥା ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ ସିଟରେ ବସିବା ପାଇଁ ୯୭ ଦିନର ଉପବାସ ରଖିଥିଲେ। ଏହି ଉପବାସ ସମୟରେ ସେ ଦୁଇବେଳା ଖାଦ୍ୟ ଖାଇବା ମଧ୍ୟ ଛାଡିଦେଇଥିଲେ। କାରଣ ତାଙ୍କ ବିଶ୍ୱାସ ଅନୁଯାୟୀ ଯଦି ଆପଣ କିଛି ବଡ଼ ହାସଲ କରିବାକୁ ସ୍ୱପ୍ନ ଦେଖୁଛନ୍ତି, ତେବେ ଏହାକୁ ହାସଲ କରିବା ପାଇଁ ଆପଣଙ୍କୁ ଏକ ବଡ଼ ତ୍ୟାଗ ମଧ୍ଯ ଦେବାକୁ ପଡ଼ିଥାଏ।

ଏହା ଶୁଣିବା ପରେ ବିଗ ବି ତାଙ୍କ ବ୍ରତ ଭାଙ୍ଗିବା ପାଇଁ ଶ୍ରୀମଙ୍କୁ ତାଙ୍କ ମନପସନ୍ଦର ରସମଲାଇ ଖୁଆଇ ତାଙ୍କ ବ୍ରତ ଭାଙ୍ଗିଥିଲେ।

 

 

Comments are closed.