ମୁୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତିକ୍ଷିତ କୁଇଜ୍ ଶୋ’ କେବିସି ସିଜନ-୧୨ର ପ୍ରୋମୋ । ଏହି ପ୍ରମୋରେ ବିଗ୍ ବି ଅମିତାଭ ବଚ୍ଚନ ଶୋ’ର ପ୍ରଥମ ପ୍ରତିଯୋଗୀଙ୍କ ସହ ନଜର ଆସିଛନ୍ତି । କରୋନାକୁ ମାତ୍ ଦେବା ପରେ ଏହା ହେଉଛି ବିଗ୍ ବିଙ୍କ ପ୍ରଥମ ଟିଭି ଶୋ’ ।
ଏହି ପ୍ରୋମୋରେ ଅମିତାଭ ବଚ୍ଚନ ଶୋ’ର ଟ୍ୟାଗ୍ ଲାଇନ୍କୁ ନିଜ ଅନ୍ଦାଜରେ କହିଛନ୍ତି । ଏହି ଶୋ’ର ଟ୍ୟାଗ ଲାଇନ୍ ରହିଛି ‘ଯାହା ବି ହେଉ, ସେଟ୍ ବ୍ୟାକ୍ର ଜବାବ କମ୍ ବ୍ୟାକ୍ରେ ଦିଅନ୍ତୁ’ । ପ୍ରୋମୋରେ ଏହି ଟ୍ୟାଗ୍ ଲାଇନ୍ ସଠିକ୍ ଉଦାହରଣ ଦେଇଛନ୍ତି ଅମିତାଭ ।
Jo bhi ho, setback ka jawaab #ComeBack se do. #KBC12 shuru ho raha hai jald hi sirf Sony TV par. #KBC @SrBachchan @SPNStudioNEXT pic.twitter.com/VyyPSJlUib
— sonytv (@SonyTV) August 29, 2020
ସୋନି ଟିଭିର ଅଫିସିଆଲ ଟ୍ୱିଟ୍ର ହ୍ୟାଣ୍ଡେଲରେ ଏହି ପ୍ରୋମୋକୁ ରିଲିଜ କରାଯାଇଛି । ତେବେ ପ୍ରୋମୋ ରିଲିଜ ହେବାର କିଛି ଘଂଟା ମଧ୍ୟରେ ହିଁ ଏହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି । କୋଭିଡ ଗାଇଡ ଲାଇନ୍ ଅନୁଯାୟୀ ଏହି ଶୋ’ର ସୁଟିଂ ହୋଇଛି । କିଛି ଦିନ ପୂର୍ବରୁ ହିଁ ଅମିତାଭ ବଚ୍ଚନ ଶୋ’ର ସଟିଂ ସେଟ୍ର କିଛି ଫଟୋ ସେୟାର କରିଥିଲେ । ଯେଉଁଥବରେ କ୍ରୁ ମେମ୍ବର ମାନେ ପିପିଇ କିଟ୍ ପିନ୍ଧି ବସିଥିବା ଦେଖିବାକୁ ମିଳିଥିଲା ।
Comments are closed.