Latest Odisha News

BREAKING NEWS

ଦଳ ବିରୋଧୀ କାର୍ଯ୍ୟ ପାଇଁ ସିନ୍ଧିଆଙ୍କୁ ବହିଷ୍କାର କରାଯାଇଛି: ବେଣୁଗୋପାଳ

ଭୋପାଲ: ମଧ୍ୟପ୍ରଦେଶର ଟାଣୁଆ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳରୁ ଇସ୍ତଫା ଦେବା ପରେ କଂଗ୍ରେସ ପକ୍ଷରୁ ତାଙ୍କୁ ବହିଷ୍କାର କରାଯାଇଛି । ଏନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ କଂଗ୍ରେସରୁ ସିନ୍ଧିଆଙ୍କୁ ବହିଷ୍କାର କରାଯାଇଥିବା ନେଇ କଂଗ୍ରେସର ବରିଷ୍ଠ ନେତା କେସି ବେଣୁଗୋପାଲ କହିଛନ୍ତି ।
ଆଜି ଜ୍ୟୋତିରାଦିତ୍ୟ ନିଜ ଇସ୍ତଫା ନେଇ ଏକ ଫଟୋ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର କରିଥିଲେ । ପରେ ପରେ କଂଗ୍ରେସ ପକ୍ଷରୁ ବେଣୁଗୋପାଲ ଏଭଳି ବିବୃତ୍ତି ଜାରି କରିଥିଲେ । ଆଜି ସକାଳେ ସିନ୍ଧିଆ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ଦଳରୁ ଇସ୍ତଫା ଦେବା ସହ ନିଜ ଇସ୍ତଫା ପ୍ରତକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପଠାଇଥିଲେ ।

Leave A Reply

Your email address will not be published.