Latest Odisha News

୫ ଦିବସୀୟ କାର୍ଯ୍ୟ ବ୍ୟବସ୍ଥା ଉପରେ ଅଙ୍କୁଶ ଲଗାଇଲେ ସିକିମ ସରକାର

ସିକିମ: କର୍ମଚାରୀଙ୍କ ପ୍ରଦର୍ଶନ ଉପରେ ନାଖୁସ ହୋଇ ସିକିମ ସରକାର ସପ୍ତାହକୁ ୫ ଦିନ କାମ କରିବାର ବ୍ୟବସ୍ଥା ଉପରେ ରୋକ ଲଗାଇଛନ୍ତି । ଏବଂ ମାସର ଦ୍ୱିତୀୟ ଓ ଶେଷ ଶନିବାରକୁ କେବଳ ଛୁଟି ଘୋଷଣା କରିଛନ୍ତି । ସରକାରୀ ବିଜ୍ଞପ୍ତି କ୍ରମେ, ଏପ୍ରିଲ ୧ରୁ ଏହି ବ୍ୟବସ୍ଥା ଲାଗୁ କରାଯିବ ।

ଗତବର୍ଷ ମେ ମାସରେ କ୍ଷମତାକୁ ଆସିବା ପରେ ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ସରକାରୀ ଓ ପବ୍ଲିକ ସେକ୍ଟର କର୍ମଚାରୀଙ୍କ ପାଇଁ ୫ ଦିବସୀୟ କାର୍ଯ୍ୟ ବ୍ୟବସ୍ଥା ଘୋଷଣା କରିଥିଲେ । ପୂର୍ବରୁ ସପ୍ତାହକୁ ୬ଦିନ କାମ କରିବାର ବ୍ୟବସ୍ଥା ରହିଥିଲା ।

Leave A Reply

Your email address will not be published.