Latest Odisha News

BREAKING NEWS

ସୁରକ୍ଷିତ ଅବସ୍ଥାରେ ଉଦ୍ଧାର ହେଲେ କ୍ରିକେଟର କେଦାରଙ୍କ ବାପା ମହାଦେବ

ନୂଆଦିଲ୍ଲୀ: କ୍ରିକେଟର କେଦାର ଯାଦବଙ୍କ ବାପା ମହାଦେବ ଯାଦବ ୨୭ ମାର୍ଚ୍ଚ ସକାଳୁ ନିଖୋଜ ହୋଇ ଯାଇଥିଲେ । ତାଙ୍କ ଫୋନ ସୁଇଚ ଅଫ ଆସିବା ଯୋଗୁ ଘର ଲୋକ ବ୍ୟସ୍ତ ହୋଇ ପଡିଥିଲେ । ବହୁତ ଖୋଜାଖୋଜି କରିବା ପରେ ତାଙ୍କୁ ନ ପାଇବାରୁ କେଦାରଙ୍କ ପରିବାର ଲୋକେ ଥାନାରେ ନିଖୋଜ ରିପୋର୍ଟ ଦାଖଲ କରିଥିଲେ । ମଙ୍ଗଳବାର ପୋଲିସ ତାଙ୍କୁ ସକୂଶଳେ ଉଦ୍ଧାର କରିଛି । ପୁଣେର ମୁଣ୍ଡୱା ଅଂଚଳରେ ତାଙ୍କର ସନ୍ଧାନ ମିଳିଥିଲା । ପୋଲିସ ଏହି ଖବର ତାଙ୍କ ପରିବାର ଲୋକଙ୍କୁ ଜଣାଇବେ ପରେ ସମସ୍ତେ ଶାନ୍ତିରେ ନିଶ୍ୱାସ ମାରିଛନ୍ତି । କେଦାର ୧୬ ନଭେମ୍ବର ୨୦୧୪ରେ ଶ୍ରୀଲଙ୍କା ବିପକ୍ଷରେ ଆନ୍ତର୍ଜାତୀୟ ଦିନିକିଆ ମୁକାବିଲାରେ ପଦାର୍ପଣ କରିଥିଲେ ।

ସେ ୭୩ ମ୍ୟାଚରେ ୧୩୮୯ ରନ ସଂଗ୍ରହ କରିଥିଲେ । ଏଥିରେ ୨ଟି ଶତକ ଓ ୬ ଅର୍ଦ୍ଧଶତକ ସାମିଲ । ଯାଦବ ବୋଲିଂରେ ମଧ୍ୟ ଭଲ ପ୍ରଦର୍ଶନ କରି ୨୭ ୱିକେଟ ନେଇଛନ୍ତି । ତେବେ ସେ ଦୀର୍ଘ ଦିନ ଧରି ଜାତୀୟ ଦଳରୁ ବାହାରେ ଅଛନ୍ତି । ଅନ୍ୟ ଅର୍ଥରେ ତାଙ୍କ ଆନ୍ତର୍ଜାତୀୟ କ୍ରିକେଟ ପ୍ରାୟତଃ ଶେଷ ହୋଇ ଯାଇଛି । ଏଥର ଆଇପିଏଲର କୌଣସି ଟିମ ମଧ୍ୟ ତାଙ୍କୁ ଦଳରେ ନେଇ ନାହିଁ ।

Leave A Reply

Your email address will not be published.