Latest Odisha News

BREAKING NEWS

ଟ୍ୱିନ୍ ସିଟିରେ ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଦେଇନି ରାଜ୍ୟ

ଭୁବନେଶ୍ୱର: ଦୈତ୍ୟ ନଗରୀ କଟକ-ଭୁବନେଶ୍ୱର ମଧ୍ୟରେ ଗଡ଼ିବ କି ମେଟ୍ରୋ ଟ୍ରେନ୍ ? ଏହାକୁ ନେଇ ଅନେକ ବର୍ଷ ଧରି ରାଜ୍ୟରେ ଚର୍ଚ୍ଚା ହେଉଛି । ଲୋକଙ୍କ ଆଶା ବି ରହିଛି ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ କାମ ଆରମ୍ଭ ହେବ । ହେଲେ, ଟ୍ୱିନ୍ ସିଟିରେ ମେଟ୍ରୋ ଚଳାଚଳ ନେଇ ଏଯାଏ କୌଣସି ପ୍ରସ୍ତାବ ଓଡ଼ିଶା ସରକାରଙ୍କ ପାଖରୁ କେନ୍ଦ୍ର ସରକାରଙ୍କୁ ଦିଆଯାଇ ନାହିଁ ।

ଏନେଇ ସୋମବାର କୌଶଲ କିଶୋର ରାଜ୍ୟସଭାରେ ସୂଚନା ଦେଇଛନ୍ତି । ଓଡ଼ିଶାର ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ୨୦୧୭ ମେଟ୍ରେ ରେଳ ନୀତି ଅନୁସାରେ, ମେଟ୍ରୋ ରେଳ ପ୍ରକଳ୍ପ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗୀତାରେ କାର୍ଯ୍ୟକାରୀ ହୁଏ ।

ସହରାଞ୍ଚଳରେ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇ ଦିଅନ୍ତି । ପ୍ରସ୍ତାବ ଅନୁସାରେ କେନ୍ଦ୍ର ସରକାର ଏନଓସି ପାଇଁ ସହଯୋଗ ଯୋଗାଇ ଦିଅନ୍ତି । କିନ୍ତୁ ଏଯାଏ ଓଡ଼ିଶା ସରକାରଙ୍କ ପକ୍ଷରୁ କଟକ-ଭୁବନେଶ୍ୱର ମଧ୍ୟରେ ମେଟ୍ରେ ଚଳାଚଳ ପାଇଁ କୌଣସି ପ୍ରସ୍ତାବ ଆସି ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ।

Leave A Reply

Your email address will not be published.