Latest Odisha News

BREAKING NEWS

Kedarnath Dham: ଏହି ଦିନ କେଦାରନାଥ ମନ୍ଦିରର ଦ୍ୱାର ହେବ ବନ୍ଦ…

ଡେରାଡୁନ: କେଦାରନାଥ ମନ୍ଦିରର ରକ୍ଷକ ପ୍ରଭୁ ଭୈରବନାଥଙ୍କ ଦ୍ୱାର ଶୀତକାଳୀନ  ପାଇଁ ବନ୍ଦ ହୋଇଯାଇଛି। ଏହା ସହିତ କେଦାରନାଥ ମନ୍ଦିରର ଦ୍ୱାର ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଭୁ କେଦାରନାଥଙ୍କ ଦ୍ୱାର ଏବେ ଅକ୍ଟୋବର ୨୩ ତାରିଖରେ ବନ୍ଦ ହୋଇଯିବ।
କେଦାରନାଥର କ୍ଷେତ୍ର ରକ୍ଷକ ଭାବରେ ପୂଜା ପାଉଥିବା ପ୍ରଭୁ ଭୈରବନାଥଙ୍କ ଦ୍ୱାର ଶନିବାର ଦିନ ଅପରାହ୍ନ ୧:୧୫ ରେ ବିଧିବଦ୍ଧ ଭାବରେ ବନ୍ଦ କରାଯାଇଥିଲା। ଏହା ପୂର୍ବରୁ କେଦାରନାଥ ମନ୍ଦିରରେ ପୂଜାପାଠ ସହ  ନୈବେଦ୍ୟ ଅର୍ପଣ କରାଯାଇଥିଲା ।
ପ୍ରତିବର୍ଷ କେଦାରନାଥ ମନ୍ଦିର ବନ୍ଦ ହେବା ପୂର୍ବରୁ ଶେଷ ଶନିବାରରେ, ଭୈରବନାଥ ମନ୍ଦିରର ଦ୍ୱାର ବନ୍ଦ କରାଯାଏ। ବିଶ୍ୱାସ କରାଯାଏ ଯେ ଶୀତଦିନେ ଭୈରବନାଥ ନିଜେ ସମଗ୍ର କେଦାରନାଥ ଘାଟିକୁ ରକ୍ଷା କରିଥାନ୍ତି ।
୨୨ ଅକ୍ଟୋବରରେ ସକାଳ ୧୧:୩୬ ରେ ଗଙ୍ଗୋତ୍ରୀ ଧାମର ଦ୍ୱାର ବିଧିବଦ୍ଧ ଭାବରେ ବନ୍ଦ କରାଯିବ। ୨୩ ଅକ୍ଟୋବରରେ ଶୀତ ଋତୁ ପାଇଁ ମଧ୍ୟାହ୍ନ ୧୨:୩୦ ରେ ଯମୁନୋତ୍ରୀ ଧାମର ଦ୍ୱାର ବନ୍ଦ କରାଯିବ। କେଦାରନାଥ ମନ୍ଦିରର ଦ୍ୱାର ମଧ୍ୟ ୨୩ ଅକ୍ଟୋବର ସକାଳ ୮:୩୦ ରେ  ରୀତିନୀତି ସହିତ ବନ୍ଦ ହୋଇଯିବ। ଏହା ବ୍ୟତୀତ, ବଦ୍ରିନାଥ ମନ୍ଦିରର ଦ୍ୱାର ୨୫ ନଭେମ୍ବର, ମଙ୍ଗଳବାର ଦିନ ଅପରାହ୍ନ ୨:୫୬ ରେ ବନ୍ଦ କରାଯିବ ।

Comments are closed.