Latest Odisha News

BREAKING NEWS

ଆସିଲା ତାରିଖ, ମେ ୨ରେ ଖୋଲିବ କେଦାରନାଥଙ୍କ ଧାମ

ନୂଆଦିଲ୍ଲୀ: ମହାଦେବ ଭକ୍ତଙ୍କ ପାଇଁ ଖୁସି ଖବର। ଖୋଲିବ ବାବା କେଦାରନାଥଙ୍କ କବାଟ । ଗତକାଲି ପବିତ୍ର ମହାଶିବରାତ୍ରୀ ଅବସରରେ କେଦାରନାଥ ଧାମ ଖୋଲିବାର ତାରିଖ ଏବଂ ସମୟ ଧାର୍ଯ୍ୟ କରାଯାଇଛି । ଚଳିତ ବର୍ଷ ମେ’ ୨ରେ ଖୋଲିବ କେଦାରନାଥଙ୍କ କପାଟ । ମେ’ ୨ ସକାଳ ୭ଟାରେ ଏହି ଦିବ୍ୟ କାର୍ଯ୍ୟର ଆରମ୍ଭ କରାଯିବ । ଉଖୀମଠ ସ୍ଥିତ ଓଁକାରେଶ୍ବର ମନ୍ଦିରରୁ ବାବାଙ୍କ ଶୋଭାଯାତ୍ରା ମେ ୧ରେ କେଦାରନାଥରେ ପହଞ୍ଚିବ ଆଉ ମେ ୨ ସକାଳେ କପାଟ ଖୋଲାଯିବ ।

ସୂଚନାଯୋଗ୍ୟ, ଚଳିତବର୍ଷ ଚାରିଧାମ ଯାତ୍ରା ୩୦ ଏପ୍ରିଲରୁ ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀ ଧାମର କପାଟ ଖୋଲିବ । ଯାତ୍ରା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ୧୧ ମାର୍ଚ୍ଚରୁ ହେବ । ତେଣୁ ଏଥର ୬୦ ପ୍ରତିଶତ ଅନଲାଇନ ଏବଂ ୪୦ ପ୍ରତିଶତ ଅଫଲାଇନ ରେଜିଷ୍ଟ୍ରେସନ ହେବ । ଅଫଲାଇନ ରେଜିଷ୍ଟ୍ରେସନ ଯାତ୍ରା ଆରମ୍ଭ ହେବାର ୧୦ ଦିନ ପୂର୍ବରୁ ହେବ । ଆଉ ଅନଲାଇନ ରେଜିଷ୍ଟ୍ରେସନ ମାର୍ଚ୍ଚ ୧୧ରୁ ଆରମ୍ଭ ହେବ । ଉତ୍ତରାଖଣ୍ଡ ସରକାରଙ୍କ ସରକାରୀ ୱେବସାଇଟ୍ registrationandtouristcare.uk.gov.in ରେ ଅନଲାଇନ୍ ପଞ୍ଜୀକରଣ କରାଯିବ । ଏକାଦଶ ଜୋତିର୍ଲିଙ୍ଗ ଭାବେ ପରିଚିତ ବାବା କେଦାରନାଥଙ୍କ ଧାମ ପ୍ରତି ବର୍ଷ ଶୀତଋତୁରେ ବନ୍ଦ ରୁହେ । ଏହା ପରେ ବାବା କେଦାରନାଥଙ୍କ ପାଲକି ତାଙ୍କର ଶୀତକାଳୀନ ଆସନ, ଓଁକାରେଶ୍ୱର ମନ୍ଦିର, ଉଖିମଠକୁ ପ୍ରସ୍ଥାନ କରେ । ପ୍ରବଳ ତୁଷାରପାତ ପାଇଁ ୬ ମାସ ଏହି ଧାମ ବନ୍ଦ ରହୁଥିବା ବେଳେ ଏହି ୬ ମାସ ଯାଏଁ ଉଖୀମଠ ସ୍ଥିତ ଓଁକାରେଶ୍ବର ମନ୍ଦିରରେ ବାବାଙ୍କ ପୂଜାର୍ଚ୍ଚନା କରାଯାଏ । ସମସ୍ତ ବିଧିବିଧାନ ଏବଂ ଧାର୍ମିକ ପରମ୍ପରା ସହିତ ୩ ନଭେମ୍ବରକୁ କେଦାରନାଥ ଧାମ କପାଟ ବନ୍ଦ ହୋଇଥିଲା ।

Comments are closed.