ଭୁବନେଶ୍ବର: ଶୀତଦିନ ଆସିଗଲେ ସମସ୍ତେ ଟ୍ରାଭେଲ କରିବାକୁ ଭଲ ପାଆନ୍ତି । କିନ୍ତୁ ଶୀତ ଦିନରେ ସ୍କିନ ଅଧିକ ପ୍ରଭାବିତ ହୁଏ ତେଣୁ ତ୍ବଚାର ବିଶେଷ ଯତ୍ନ ନେବା ଅତି ଜରୁରୀ । ବୁଲିବା ବେଳେ ସ୍କିନର ଯତ୍ନ ନେବା ସମ୍ଭବପର ନୁହେଁ । ତେଣୁ କିଛିଟା ପ୍ରଡକ୍ଟ ନିଜର ବ୍ୟାଗରେ ରଖନ୍ତୁ …
ମଇଶ୍ଚରାଇଜର
ଶୀତ ଦିନେ ଥଣ୍ଡା ବାୟୁ ପ୍ରଭାବରେ ସ୍କିନ ଡ୍ରାଏ ହୋଅଯାଏ । ଏଥିପାଇଁ ନିଜ ପାଖରେ ଏକ ଭଲ ମଇଶ୍ଚରାଇଜର ରଖନ୍ତୁ । ବୁଲିବାକୁ ଯାଉଥିଲେ ବ୍ୟାଗରେ ପ୍ରଥମେ ମଇଶ୍ଚରାଇଜର ରଖନ୍ତୁ ।
ପାଣି ବୋତଲ:
ଏହି ଋତୁରେ କମ୍ ଶୋଷ ଲାଗିଥାଏ । ତେଣୁ କମ୍ ପାଣି ପିଉ । ତେବେ ଶରୀରରେ ପାଣିର ଅଭାବ ହେଲେ ଏହା ସ୍ବାସ୍ଥ୍ୟ, ତ୍ବଚାକୁ କ୍ଷତି ପହଞ୍ଚାଏ । ତେଣୁ ବାହାରକୁ ଯିବା ସମୟରେ ନିଜ ସହ ସବୁବେଳେ ପାଣି ବୋତଲ ରଖନ୍ତୁ । ଖାସ୍ କରି ବୁଲାଲାବେଳେ ପାଣି ନିଶ୍ଚୟ ପିଅନ୍ତୁ ।
ଲିପ୍ ବାମ:
ଏହି ସମୟରେ ଓଠ ଫାଟିବା ସାଧାରଣ କଥା । ଓଠ ଫାଟିବା ସହ ବେଳେବେଳେ ରକ୍ତ ବି ବାହାରି ଥାଏ । ଓଠକୁ ସୁସ୍ଥ ଓ କୋମଳ ରଖିବା ପାଇଁ ସବୁବେଳେ ନିଜ ପାଖରେ ଲିପ୍ ବାମ୍ ରଖନ୍ତୁ । କିଛି ଘଣ୍ଟା ବ୍ୟବଧାନରେ ଓଠରେ ଲଗାନ୍ତୁ ।
ସନସ୍କ୍ରିନ:
ସବୁବେଳେ ସନସ୍କ୍ରିନ ବ୍ୟବହାର କରିବା ଉଚିତ୍ । ଶୀତ ଦିନେ ଥଣ୍ଡା ପାଗ ଯୋଗୁଁ ଆମେ କିଛି ସମୟ ଖରାରେ ବସିବାକୁ ଇଚ୍ଛା ହୋଇଥାଏ । ତେଣୁକରି ସ୍କିନର ସୁରକ୍ଷା ପାଇଁ ପ୍ରତି ଚାରି ଘଣ୍ଟାରେ ସନସ୍କ୍ରିନ ଫେସ୍ , ହାତ, ବେକରେ ଲଗାଇବା କଥା ।
Comments are closed.