Latest Odisha News

BREAKING NEWS

ମର୍ଡନ ଡ୍ରେସ ସହ ମଙ୍ଗଳସୂତ୍ର ଲୁକ୍ ରେ କୀର୍ତ୍ତି ସୁରେଶ, ଫ୍ୟାନ୍ସ ହେଲେ ଦିଓ୍ବାନା

ମୁମ୍ବାଇ: ବାହାଘର ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ଦକ୍ଷିଣ ଭାରତୀୟ ଅଭିନେତ୍ରୀ କିର୍ତ୍ତୀ ସୁରେଶ । ୧୨ ଡିସେମ୍ବରରେ ଗୋଆରେ ତାଙ୍କର ଦୀର୍ଘ ଦିନର ପ୍ରେମିକ ଆଣ୍ଟୋନି ଥାଟିଲଙ୍କୁ ବିବାହ କରିଥିଲେ କିର୍ତ୍ତୀ । ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବେବି ଜନ’ ର ପ୍ରମୋସନ ପାଇଁ ତାଙ୍କୁ ମୁମ୍ବାଇରେ ଦେଖିବାକୁ ମିଳିଛି ।

ଏହି ଫିଲ୍ମ ର ପ୍ରମୋସନ ସମୟରେ ଅଭିନେତ୍ରୀଙ୍କ ମଙ୍ଗଳସୂତ୍ର ଲୁକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଆଉ ଏହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ କିର୍ତ୍ତୀ ଲାଲ ରଙ୍ଗର ଫ୍ରକ୍ ପିନ୍ଧିଥିବା ନଜର ଆସିଛନ୍ତି । ତାଙ୍କ ଏହି ଲୁକ ଦେଖି ଫ୍ୟାନ୍ସ ଫିଦା ହୋଇଛନ୍ତି ।

ଏହାପୂର୍ବରୁ ମଙ୍ଗଳବାର ରାତିରେ ମୁମ୍ବାଇରେ ଗର୍ଜିୟସ ବ୍ଲାକ ରଙ୍ଗର ଗାଉନ୍ ଡ୍ରେସରେ କିର୍ତ୍ତୀ ସୁରେଶନ ନଜର ଆସିଥିଲେ । ମଡନ୍ ଡ୍ରେସ୍ ସହ ଅଭିନେତ୍ରୀ ଲମ୍ବା ମଙ୍ଗଳସୁତ୍ର ପିନ୍ଧିଥିବାର ନଜର ଆସିଥିଲେ ।

ତେବେ ଏହି ଫିଲ୍ମ ୨୫ ଡିସେମ୍ବର ଖ୍ରୀଷ୍ଟମାସ ଅବସରରେ ରେ ମୁକ୍ତିଲାଭ କରିବ । ‘ବେବି ଜନ’ କାଲିଶଙ୍କ ନିର୍ଦ୍ଦେଶିତ ଅଟେ । ଏହା ‘ଥେରିର’ ରିମେକ୍ ଅଟେ । ୨୦୧୬ ରେ ମୁକ୍ତିଲାଭ କରିଥିଲା ​​ଯେଉଁଥିରେ ଥାଲାପତି ବିଜୟ ଏବଂ ସାମନ୍ଥା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

ଏହି ଫିଲ୍ମରେ ବରୁଣଙ୍କ ସହ କିର୍ତ୍ତୀ ସୁରେଶ, ଭାମିକା ଗାବି, ଜ୍ୟାକି ଶ୍ରଫ ଏବଂ ରାଜପାଲ ଯାଦବ ମଧ୍ୟ ଅଭିନୟ କରିଛନ୍ତି । କିର୍ତ୍ତୀ ସୁରେଶ ପ୍ରଥମ ଥର ପାଇଁ ବରୁଣଙ୍କ ସହ ସ୍କ୍ରିନ ସେୟାର କରୁଛନ୍ତି । ବରୁଣଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଛନ୍ତି କିର୍ତ୍ତୀ ।

Leave A Reply

Your email address will not be published.