‘Pay Rs 7Crore’: ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଝିଅକୁ ହତ୍ୟା ଧମକ୍ ମାମଲା, ପୋଲିସ ହାତରେ କଲ୍ ରେକର୍ଡ ଓ ମେସେଜ୍
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ଝିଅ ହର୍ଷିତାଙ୍କୁ ୭କୋଟିର ବଟି ମାଗିବା ସହ ହତ୍ୟା ଧମକ୍ ମାମଲା । ଆସିଥିବା ଧମକପୂର୍ଣ୍ଣ ଫୋନ କଲ୍ ଓ ହ୍ୱାଟ୍ସଆପ୍ ମେସେଜ୍ ପୋଲିସକୁ ଦିଆଯାଇଛି । ଧମକ୍ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ସଦସ୍ୟ ଦେଇଥିବା ପୋଲିସ ସୂଚନା ଦେଇଛି । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଫୋନ୍ କରିଥିବା ଲରେନ୍ସ ଗ୍ୟାଙ୍ଗ ସଦସ୍ୟ କେଜ୍ରିୱାଲଙ୍କୁ ୭ କୋଟି ଟଙ୍କା ମାଗିବା ସହ ଟଙ୍କା ନଦେଲେ ହତ୍ୟା କରିଦେବୁ ବୋଲି ଧମକ୍ ଦେଇଥିବା ସୂଚନା ମଳିଛି । ତିଲକ ନଗରର ବିଧାୟକ ଜରନୈଲ ସିଂହ ଏହି ଧମକ ବିଷୟରେ ପୋଲିସକୁ ସବୁ ତଥ୍ୟ ଦେଇଥିବା ସୂଚନା ମିଲିଛି । ସେ ଦିଲ୍ଲୀ ପୋଲିସକୁ ନଭେମ୍ବର ୬ରେ ଦିଆଯାଇଥିବା ଧମକର ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି । ମୋହାଲି ପୋଲିସ ଏହି ଘଟଣାରେ ବିଏନଏସ ଏବଂ ଆଇଟି ଆକ୍ଟ ଅଧିନରେ ଏକ ମାମଲ ରୁଜୁ କରିଛି । ଏହି ମାମଲାର ତଦନ୍ତ ଦାୟିତ୍ୱ ସାଇବର କ୍ରାଇମ୍ ୟୁନିଟର ଅଧିକାରୀ ସୁନୀଲ କୁମାରଙ୍କୁ ଦିଆଯାଇଛି । ତଦନ୍ତକାରୀଙ୍କ ଅନୁସାରେ, ଧମକ ଦେବା ପାଇଁ ବ୍ୟବହୃତ ମୋବାଇଲ ନମ୍ବର ସହ ଜଡିତ ରେକର୍ଡ ଇଂଟରନେଟ୍ ପ୍ରୋଟୋକଲ୍ ଲଗ୍ ଏବଂ ଲୋକେସନ ଡାଟା ଯାଂଚ କରୁଛନ୍ତି । ସିଂହ ମଧ୍ୟ କେଜ୍ରିୱାଲ ଏବଂ ତାଙ୍କ ପରିବାର ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ଦାବି କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ନେତୃତ୍ୱରେ ତାଙ୍କ ଦଳ ପଂଜାବରେ କ୍ଷମତାରେ ଅଛି ଏବଂ ବିଧାନସଭା ନିର୍ବାଚନ ମଧ୍ୟ କିଛି ମାସ ମଧ୍ୟରେ ହେବାକୁ ଯାଉଛି । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦିଆଯିବା ସହ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ପୁଣି ଥରେ ଭାରତର ସବୁଠାରୁ ନିକଟରୁ ନଜର ରଖାଯାଉଥିବା ସଂଗଠିତ ଅପରାଧ ନେଟୱାର୍କ ମଧ୍ୟରୁ ଗୋଟିଏ ଭାବରେ ଉଭା ହେବ । ଯାହାର ନାମ ବାରମ୍ବାର ସଂଗଠିତ ଅପରାଧ ନେଟୱାର୍କ ମଧ୍ୟରୁ ଗୋଟିଏ ଭାବରେ ଉଭା ହେବ । ଯାହାର ନାମ ବାରମ୍ବାର ଚାନ୍ଦା ଆଦାୟ ଗୁଳିକାଣ୍ଡ ଓ ଟାର୍ଗେଟ କିଲିଂ ମାମଲାରେ ସାମ୍ନାକୁ ଆସୁଛି । ଜାତୀୟ ତଦନ୍ତ ସଂସା୍ଥ କହିଛି, ବିଷ୍ନୋଇ ଜେଲରୁ ଅନ୍ୟ ଏକ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ଏବଂ ଅନ୍ୟାନ୍ୟ ବିଦେଶୀ ଅପରାଧୀଙ୍କ ସହିତ ସ୍ଥାନୀୟ ସୁଟର ଏବଂ ବିଭିନ୍ନ ରାଜ୍ୟରେ ବିସ୍ତାରିତ ନିରାପଦ ଘର ବ୍ୟବହାର କରି ସିଣ୍ଡିକେଟ୍ ପରିଚାଳନା କରିଥିଲେ ।
