Latest Odisha News

BREAKING NEWS

ବିଜେପି ବିରୋଧୀ ମେଳିରେ ସାମିଲ ହେବେ କି ନାହିଁ ସ୍ପଷ୍ଟ କଲେ କେଜ୍ରିଓ୍ୱାଲ୍

ନୂଆଦିଲ୍ଲୀ: ମିଶନ ୨୦୨୪ ପାଇଁ ମୋଦୀ ବିରୋଧୀ ଦଳ ଅର୍ଥାତ ବିଜେପି ବିରୋଧୀ ଦଳ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି। ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ଏବେ ଅଧିକ ସକ୍ରିୟ ହୋଇଛନ୍ତି। ବିଭିନ୍ନ ରାଜନୈତିକ ଦଳର ନେତାଙ୍କୁ ଭେଟି ସେ ବଳ ଗୋଟାଇବାକୁ ପ୍ରୟାସ କରୁଥିବା କୁହାଯାଉଛି। ଟିଏମସି, ଟିଆରଏସ, ଡିଏମକେ ଆଦି ଦଳକୁ ଗୋଟିଏ ମଂଚରେ ଏକାଠି କରିବାକୁ ନୀତୀଶ ପ୍ରୟାସ କରୁଥିବା ସୂଚନା ରହିଥିବା ବେଳେ ଆପ୍ ସୁପ୍ରିମୋ ତଥା ମୁଖ୍ୟ ଆବାହକ କହିଛନ୍ତି ସେ ବିଜେପି ବିରୋଧୀ ମେଳିରେ ସାମିଲ ହେବାକୁ ନେଇ ଏଯାଏ ଚିନ୍ତା କରି ନାହାନ୍ତି।

BjdElectrycity

କେଜ୍ରିୱାଲ କହିଛନ୍ତି ଯେ ବର୍ତ୍ତମାନ ବିଜେପିକୁ ପରାସ୍ତ କରିବା ପାଇଁ ବିରୋଧୀ ମେଳିରେ ଯୋଗଦେବା ପାଇଁ ତାଙ୍କର କୌଣସି ଯୋଜନା ନାହିଁ। ଏହା ବଦଳରେ କେଜ୍ରିୱାଲ ପାର୍ଟି ସଦସ୍ୟମାନଙ୍କୁ ଆପର ‘ମେକ୍ ଇଣ୍ଡିଆ ନଂ ଓ୍ୱାନ’ ଅଭିଯାନ ମାଧ୍ୟମରେ ଏକ “ଭାରତର ୧୩୦ କୋଟି ନାଗରିକଙ୍କ ମିଳିତ ମଞ୍ଚ” ଗଠନ ଉପରେ ଧ୍ୟାନ ଦେବାକୁ କହିଛନ୍ତି। ଗୁଜୁରାଟରେ ଆପର ଲୋକପ୍ରିୟତା ବିଜେପିକୁ ଚିନ୍ତାରେ ପକାଇଛି ବୋଲି ସେ ଦାବି କରିଛନ୍ତି।

ରବିବାର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଆମ୍ ଆଦମୀ ପାର୍ଟି ପ୍ରଥମ ଜାତୀୟ ସମ୍ମିଳନୀ ଆୟୋଜନ କରିଥିଲା। ଦେଶର ବିଭିନ୍ନ ସ୍ଥାନରୁ ଉପସ୍ଥିତ ଦଳର ଜନ ପ୍ରତିନିଧୀମାନେ ଏଥିରେ ଭାଗ ନେଇଥିଲେ। ଏହି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏପରି କିଛି କଥା କହି ଦଳୀୟ କର୍ମୀ ଏବଂ ନେତାଙ୍କୁ ଉତ୍ସାହିତ କରିଛନ୍ତି। ସେ ଦାବି କରିଛନ୍ତି ଯେ ଦିଲ୍ଲୀ ଏବଂ ପଞ୍ଜାବ ପରେ ଗୁଜୁରାଟରେ ଆମ୍ ଆଦମୀ ପାର୍ଟି ସରକାର ଗଠନ କରିବାକୁ ଯାଉଛି।

କେଜ୍ରିୱାଲ କହିଛନ୍ତି ଯେ ବିଜେପି ଦଳ ଦୁର୍ନୀତି ମାମଲାରେ ନିଜର ବିଧାୟକଙ୍କୁ ଜଡିତ କରି ଆପ୍ ବିଧାୟକଙ୍କୁ ଦମନ କରିବାକୁ ଚେଷ୍ଟା କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶାସକ ବିଜେପି ଉପରେ ଆକ୍ରମଣ କରି କେଜ୍ରିୱାଲ ମାଗଣା ଯୋଜନା ବାଣ୍ଟିବା ସପକ୍ଷରେ ଯୁକ୍ତି ରଖିଥିଲେ।

Leave A Reply

Your email address will not be published.