Latest Odisha News

ଆପଣଙ୍କ ଖାଦ୍ୟରେ ରହିଛି ଅବସାଦ ହେବାର କାରଣ, ଜାଣନ୍ତୁ କ’ଣ ଏହି ସବୁ ଖାଦ୍ୟ…

ଆଜିକାଲି ଅଧିକାଂଶ ଲୋକେ ନିଜ କର୍ମକ୍ଷେତ୍ର, ପରିବାର ଦାୟିତ୍ୱ, ନିଜ ସ୍ୱାସ୍ଥକୁ ନେଇ ଅନେକ ଚାପଗ୍ରସ୍ତ ହୋଇପଡ଼ନ୍ତି। ଆଉ ଏହି ଚାପ ଅଧିକାଂଶ ଲୋକଙ୍କ ଅଭ୍ୟାସରେ ପରିଣତ ହୋଇଛି, ଯାହାକୁ ଚାହିଁଲେ ସୁଦ୍ଧା ଅଣଦେଖା କରିପାରନ୍ତି ନାହିଁ। ଯଦି ସମୟ ଥାଉ ଥାଉ ଏହି ଚାପକୁ କମାଇ ନଦିଆଯାଏ, ତେବେ ଏହା ଡିପ୍ରେସନ ବା ମାନସିକ ଅବସାଦର କାରଣ ହୋଇପାରେ।

ବିଶେଷଜ୍ଞଙ୍କ ଅନୁଯାୟୀ, ଭଲ ନିଦ ଏବଂ ଉପଯୁକ୍ତ ଖାଦ୍ୟ ଏହି ସମସ୍ୟାକୁ ବହୁ ମାତ୍ରାରେ ହ୍ରାସ କରିପାରେ। ମେଣ୍ଟାଲ ହେଲଥ୍ ଏକ୍ସପର୍ଟଙ୍କ କହିବା କଥା ହେଲା, ଯଦିଓ ଖାଦ୍ୟ ଖାଇବା ଦ୍ୱାରା ଡିପ୍ରେସନର ଚିକିତ୍ସା ହୋଇପାରେ, କିନ୍ତୁ ଏହାର ସଠିକ୍ ପ୍ରମାଣ ମିଳିନାହିଁ। ଏପରି କିଛି ଖାଦ୍ୟ ରହିଛି ଯାହାକୁ ଖାଇଲେ ଡିପ୍ରେସନ ସମସ୍ୟା ଆହୁରୀ ବଢିଯାଇପାରେ। ତେଣୁ ଏଠାରେ ଆମେ ଆପଣଙ୍କୁ ଏହି ଖାଦ୍ୟ ବିଷୟରେ କହିବାକୁ ଯାଉଛୁ…

ଫାଷ୍ଟଫୁଡ୍…
ଅନେକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି ଯେ ଯେଉଁମାନଙ୍କର ଚାପ କିମ୍ବା ଉଦାସୀନତା ଥାଏ, ଫୁଡ଼ କ୍ରେଭିଂ ବା ଖାଦ୍ୟ ଲୋଭ ସେମାନଙ୍କର ଅଧିକ ହୁଏ। ସେମାନଙ୍କର ନିଜ ଭୋକକୁ କମାଇବା ପାଇଁ, ଫାଷ୍ଟପୁଡ୍ ଖାଇଥାନ୍ତି। ଯାହା ଶରୀରକୁ କ୍ଷତି ପହଞ୍ଚାଇଥାଏ। ଫାଷ୍ଟଫୁଡ୍ ସ୍ୱାଦିଷ୍ଟ ହୋଇପାରେ, କିନ୍ତୁ ଏଥିରେ ଆର୍ଟିଫିସିଆଲ ଟ୍ରାନ୍ସ ଫ୍ୟାଟ୍, ରିଫାଇନ କାର୍ବସ୍ ଏବଂ ଚିନି ଥାଏ। ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ ଯେଉଁମାନେ ଅଧିକ ଫାଷ୍ଟଫୁଡ୍ ଖାଆନ୍ତି ସେମାନେ ଡିପ୍ରେସନର ଶିକାର ହେବାର ସମ୍ଭାବନା ଅଧିକ ଥାଏ। ଫ୍ରାଏ ମୋମୋ, ବରଗର, ପିଜା ପରି ଖାଦ୍ୟର ବ୍ୟବହାରକୁ କମ୍ କରିବା ଉଚିତ୍।

ମଦ…
ଯେତେବେଳେ ମଣିଷ ଜୀବନରେ ଦୁଃଖ ଥାଏ କିମ୍ବା ସେମାନଙ୍କ ସହିତ କୌଣସି ଖରାପ ଘଟଣା ଘଟେ, ଅଧିକାଂଶ ଲୋକ ମଦ୍ୟପାନ କରନ୍ତି। ମଦ୍ୟପାନ ଆପଣଙ୍କୁ ନିଦ୍ରା ଦେଇପାରେ, କିନ୍ତୁ ଏହା ଆପଣଙ୍କ ଉଦାସୀନତାକୁ ମଧ୍ୟ ବଢାଇଥାଏ। ଦୁଃଖରେ ଥିବା ଲୋକେ ଭୁଲରେ ବି ମଦ୍ୟପାନ କରିବା ଉଚିତ୍ ନୁହେଁ। ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ମଦ୍ୟପାନ ଶରୀରର ଅନେକ ଅଙ୍ଗକୁ ପ୍ରଭାବିତ କରିଥାଏ ଏବଂ ଏହି କାରଣରୁ ଜଣଙ୍କର ମନୋବଳ ଭାଙ୍ଗିପାରେ।

ରିଫାଇନ୍ ଶସ୍ୟ…
ଯଦିଓ ଶସ୍ୟର ବ୍ୟବହାର ଶରୀର ପାଇଁ ଭଲ, କିନ୍ତୁ କିଛି ଲୋକଙ୍କର ରିଫାଇନ ଗ୍ରେନ ବା ବିଶୋଧିତ ଶସ୍ୟ ଖାଇବାର ଅଭ୍ୟାସ ଅଛି। କୁହାଯାଏ ଯେ ସେଗୁଡିକୁ ବିଶୋଧନ କରିବା ଦ୍ୱାରା ସେଥିରେ ଥିବା ପୋଷକ ତତ୍ତ୍ୱ ହ୍ରାସ ହୋଇଥାଏ। ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ ବିଶୋଧିତ ଶସ୍ୟ ଖାଉଥିବା ଲୋକଙ୍କର ମାନସିକ ଅବସାଦ ହେବାର ସମ୍ଭାବନା ଅଧିକ ଥାଏ। ହୋଲ ଗ୍ରେନ ବା ଗୋଟା ଶସ୍ୟ ଯଥା ବାର୍ଲି, ଗହମ, ଚଣା, ଏହି ସବୁକୁ ଘରେ ପେଶି ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ।

Leave A Reply

Your email address will not be published.