Latest Odisha News

BREAKING NEWS

ବଡ ଭାଇ ଯଦି ସାନ ଭାଇକୁ ସବୁବେଳେ ଚାପୁଡ଼ା ମାରେ, ମୋଦିଙ୍କୁ କଟାକ୍ଷ କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ବଡ ଭାଇ-ସାନ ଭାଇ ଉପାଖ୍ୟାନ ଶୁଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀର ବଜେଟକୁ ନେଇ କେନ୍ଦ୍ର ସହ ରାଜନୈତିକ କନ୍ଦଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଧାନସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଥିଲେ । ମଙ୍ଗଳବାର କେଜ୍ରିୱାଲ କହିଥିଲେ ଯେ, “ଯଦି ଜଣେ ବଡ ଭାଇ ପ୍ରତିଦିନ ଆସି ସାନଭାଇକୁ ଦୁଇଥର ଚାପୁଡ଼ା ମାରନ୍ତି, ତାଙ୍କୁ ପ୍ରତିଦିନ ଗାଳି ଦିଅନ୍ତି, ତେବେ ବିଚରା ଭାଇ ଏହାକୁ କେତେ ଦିନ ସହ୍ୟ କରିବ?” ଏହା ସହ ସେ କହିଥିଲେ, “ଯଦି ତୁମେ ସାନ ଭାଇର ହୃଦୟ ଜିତିବାକୁ ଚାହୁଁଛ, ତେବେ ସାନ ଭାଇକୁ ଭଲ ପାଅ’। ବାସ୍ତବରେ କେଜ୍ରିୱାଲ ବିଧାନସଭାରେ ଭାଷଣ ଦେବାବେଳେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। କେଜ୍ରିୱାଲ କହିଥିଲେ ଯେ, ‘ମୁଁ ବୁଝିପାରୁଛି ଯେ ଯେତେବେଳେ ବାବା ସାହେବ ଆମ୍ବେଦକର ସମ୍ବିଧାନ ଲେଖୁଥିଲେ, ସେତେବେଳେ ସେ ସ୍ୱପ୍ନରେ ମଧ୍ୟ ଭାବି ନଥିବେ ଯେ କେନ୍ଦ୍ର ସରକାର କୌଣସି ରାଜ୍ୟ ସରକାରଙ୍କ ବଜେଟକୁ ମଧ୍ୟ ଅଟକାଇ ପାରିବେ’।

ସେ କହିଥିଲେ ଯେ, ‘ଦେଶର ସମ୍ବିଧାନ ଉପରେ ଆକ୍ରମଣ କରାଯାଇଛି। ମୁଁ ପ୍ରଧାନମନ୍ତ୍ରୀଙ୍କୁ କହିବାକୁ ଚାହେଁ ଆମେ ଆପଣଙ୍କ ସହ ମିଶି କାମ କରିବାକୁ ଚାହୁଁଛୁ । ଆମେ ଆପଣଙ୍କ ସହିତ ଯୁଦ୍ଧ କରିବାକୁ ଚାହୁଁନାହୁଁ । କିପରି ଯୁଦ୍ଧ କରାଯାଏ ଆମେ ଜାଣିନାହୁଁ, ଆମେ ରାଜନୀତି କିପରି କରିବା ଜାଣିନାହୁଁ, ଆମେ ଆପଣଙ୍କ ସହିତ ଏକାଠି କାମ କରିବାକୁ ଚାହୁଁଛୁ । ଆପଣଙ୍କଠାରୁ ସହଯୋଗ ଚାହୁଁଛୁ । ଆମେ ବହୁତ ଛୋଟ ଓ ଦିଲ୍ଲୀର ଲୋକମାନେ ତୁମ ସାମ୍ନାରେ ସାନ ଭାଇ ପରି । ଯଦି ଜଣେ ବଡ ଭାଇ ପ୍ରତିଦିନ ଆସି ସାନଭାଇକୁ ଦୁଇଥର ଚାପୁଡ଼ା ମାରନ୍ତି, ତାଙ୍କୁ ପ୍ରତିଦିନ ଗାଳି ଦିଅନ୍ତି, ତେବେ ବିଚରା ଛୋଟ ଭାଇ କେତେ ଦିନ ଏହାକୁ ସହ୍ୟ କରିବେ । ସେ ଆହୁରି କହିଛନ୍ତି, ଯଦି ତୁମେ ସାନ ଭାଇର ହୃଦୟ ଜିତିବାକୁ ଚାହୁଁଛ, ତେବେ ତୁମେ ସାନ ଭାଇକୁ ଭଲ ପାଅ, ସାନ ଭାଇ ସହିତ ଚାଲ, ତେବେ ସାନ ଭାଇ ତୁମକୁ ସମର୍ଥନ କରିବ’ ।

Comments are closed.