Latest Odisha News

BREAKING NEWS

ଖଲିସ୍ତାନୀ ଆକ୍ରମଣକୁ ଲଣ୍ଡନରେ ବିରୋଧ; ବିକ୍ଷୋଭ ପ୍ରଦର୍ଶନରେ ପ୍ରବାସୀ ଭାରତୀୟଙ୍କ ସହ ସାମିଲ୍ ହେଲେ ବ୍ରିଟେନ୍ ପୁଲିସ୍

ଲଣ୍ଡନ: ଗତ ରବିବାର(ମାର୍ଚ୍ଚ ୧୯) ବ୍ରିଟେନ୍‌ର ଲଣ୍ଡନରେ ଥିବା ଭାରତୀୟ ହାଇ କମିଶନ ଅଫିସ୍‌ରେ ଖଲିସ୍ତାନୀ ଉଗ୍ରବାଦୀ ଆକ୍ରମଣ ହୋଇଥିଲା। ଏହାର ବିରୋଧରେ ଲଣ୍ଡନରେ ଥିବା ପ୍ରବାସୀ ଭାରତୀୟ ମଙ୍ଗଳବାର ହାଇ କମିଶନଙ୍କକ ଅଫିସ୍ ସାମ୍ନାରେ ବିରୋଧ ପ୍ରଦର୍ଶନ କରିଛନ୍ତି। ସବୁଠାରୁ ଖୁସୀର କଥା ହେଲା ଏହି ପ୍ରଦର୍ଶନରେ ସାମିଲ୍ ହୋଇଛନ୍ତି ବ୍ରିଟେନ୍‌ରେ ଜଣେ ପୁଲିସ ଅଫିସର।

ପୁଲିସ ଅଫିସର ନିକ୍ ଆନ୍ଦୋଳନରେ ସାମିଲ୍ ହୋଇ ବଲିଉଡ୍ ଗୀତର ତାଳେ ତାଳେ ନାଚୁଥିବାର ଦେଖିବାକୁ ମିଳିଛି। ଆନ୍ଦୋନରେ ସାମିଲ୍ ନେଇ ପଚାରିବାରୁ ଉତ୍ସାହିତ ହୋଇ ନିକ୍ କହିଛନ୍ତି ଯେ ସମସ୍ତଙ୍କର ଗୋଟେ ଭଲ ସାମୟ ଚାଲିଛି। ମୁଁ ଭାବିଲି ଭାରତର ଏହି ଗୋଷ୍ଠୀଗତ ଏକାତରେ ମୁଁ କାହିଁକି ସାମିଲ ନହେବି। ଭାରତକୁ ମୋର ଧନ୍ୟବାଦ।

ଘଟଣାକୁ ବିରୋଧରେ ବ୍ରିଟେନ୍‌ର ଏକାଧିକ ସ୍ଥାନରେ ମୂଳଭାରତୀୟଙ୍କ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନାରୀମାନେ ନିଜ ଶରୀରରେ ତ୍ରିରଙ୍ଗା ପତାକା ଚିତ୍ର ଆଖି ହାତରେ ତ୍ରିରଙ୍ଗା ଧରି ବିକ୍ଷୋଭ କରୁଥିବାର ଦେଖିବାକୁ ମିଳିଛି। ଘରେ ଘରେ ତ୍ରିରଙ୍ଗା ଲଗାଇଛନ୍ତି ଆନ୍ଦୋଳନକାରୀ। ତୁମେ ଗୋଟିଏ ପତାକା ଖୋଲିଦେଲ ଆମେ ହଜାର ହଜାର ପତକା ବାନ୍ଧିବୁ ବୋଲି ଖଲିସ୍ତାନୀଙ୍କୁ ବିରୋଧ କରି କହିଛନ୍ତି ଆନ୍ଦୋଳନକାରୀ କାଶ୍ୟାପ ପାଣ୍ଡ୍ୟା।

Leave A Reply

Your email address will not be published.