Latest Odisha News

BREAKING NEWS

ପାକିସ୍ତାନରେ ଜାତୀୟ ପତାକା ଅଧିନରେ ଭାରତ କବାଡି ଟିମ୍ ଖେଳିପାରିବନି

ନୂଆଦିଲ୍ଲୀ: ବିନା ଅନୁମତିରେ ପାକିସ୍ତ୍‌ନ ଗସ୍ତରେ ଯାଇଥିବା ଭାରତୀୟ କବାଡି ଟିମ୍ ଉପରେ ସରକାର ଅସନ୍ତୋଷ ବ୍ୟକ୍ତ କରିଛି । ଫଳସ୍ୱରୂପ ଭାରତୀୟ କବାଡି ଫେଡେରେଶନ ପାକିସ୍ତାନକୁ ପତ୍ର ଲେଖି ଜଣାଇଛି ଯେ, ଜାତୀୟ ପତାକା ଅଧିନରେ ଭାରତ ଟିମକୁ ବିଶ୍ୱକପ ଖେଳିବାକୁ ଅନୁମତି ନ ଦିଆଯାଉ ।

ଫେବୃୟାରୀ ୭ରେ ୱାଘା ବର୍ଡର ଦେଇ ଭାରତର ୪୫ ଖେଳାଳୀ, ୧୨ ଅଧିକାରୀ ଓ କୋଚ ପାକିସ୍ତାନ କବାଡି ଟୁର୍ନାମେଂଟ ଖେଳିବାକୁ ଯାଇଥିଲେ । ଏ ନେଇ ବିବାଦ ଉପୁଜିଥିଲା । ୮ରେ ଖେଳମନ୍ତ୍ରୀ କିରଣ ରିଜଜୁ ଖୋଲାଖୋଲି ଭାବେ କହିଥିଲେ ପାକିସ୍ତାନ ଗସ୍ତରେ ଯିବା ପାଇଁ କାହାକୁ ଭିଜା ଦିଆଯାଇନି । ସେମାନେ କିପରି ପାଇଲେ ସେଥିରେ ଆମର କୌଣସି ଭୂମିକା ନାହିଁ । ଫେଡେରେଶନକୁ ଏ ନେଇ ସୂଚେଇ ଦିଆଯାଇଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.