Latest Odisha News

‘ମଦ ଓ ଟଙ୍କାରେ ଫସିଗଲା ଆପ୍: ପ୍ରାର୍ଥୀଙ୍କର ଚରିତ୍ରରେ ଆଞ୍ଚ ଆସିଲା ବୋଲି ହାରିଲେ ହେବିୱେଟ’

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପକୁ ଶକ୍ତ ଝଟକା ଲାଗିଛି। ହାରି ଯାଇଛନ୍ତି ଦଳର ହେଭିୱେଟ୍। ହାରିଗଲେ ଦଳର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। କିନ୍ତୁ କାହିଁକି ଏପରି ହାରିଲେ ସେନେଇ ବିଭିନ୍ନ ମାହୋଲରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାରି ଭିତରେ ସମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେଙ୍କ ବଡ ବୟାନ ଆସିଛି। ସେ କହିଛନ୍ତି ମଦ ଓ ଟଙ୍କାରେ ଫସିଗଲା ଆପ୍।

ଆନ୍ନା ହଜାରେ କହିଛନ୍ତି,’ମଦ ଓ ଟଙ୍କାରେ ଫସିଗଲା ଆପ୍। ପ୍ରାର୍ଥୀଙ୍କର ଚରିତ୍ରରେ ଆଞ୍ଚ ଆସିଲା ବୋଲି ହାରିଲେ ହେବିୱେଟ ନେତା। ମୁଁ ବହୁ ଆଗରୁ କହି ଆସୁଛି ଯେ ନିର୍ବାଚନ ଲଢିବା ସମୟରେ ପ୍ରାର୍ଥୀଙ୍କର ଚରିତ୍ର, ଭଲ ଚିନ୍ତାଧାରା ଏବଂ ଭାବମୂର୍ତ୍ତିରେ କୌଣସି ଆଞ୍ଚ ନ ଆସିବା ଆବଶ୍ୟକ। କିନ୍ତୁ ଆପ୍ ଏହା ବୁଝିପାରିଲା ନାହିଁ। ସେମାନେ ମଦ ଏବଂ ଟଙ୍କାରେ ଫସିଗଲେ। ଯାହାକୁ ନେଇ କେଜ୍ରିୱାଲଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆସିଛି। ମଦ ଦୁର୍ନୀତି ଫଳରେ ତାଙ୍କୁ କମ୍ ଭୋଟ୍ ମିଳିଛି। ମଦ ଉପରେ ଅଧିକ ଗୁରୁତ୍ବ ଦେଲେ ତେଣୁ ତାଙ୍କ ଛବି ଖରାପ ହୋଇଗଲା।’

ଫେବୃଆରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ୭୦ ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ମୋଟ୍ ୬୦.୫୪% ମତଦାନ ହୋଇଥିଲା । ଆପ୍ ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିର ପରବେଶ ବର୍ମାଙ୍କଠୁ ପରାସ୍ତ ହୋଇଛନ୍ତି । ୩୧୮୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ପରବେଶ ବର୍ମା। ଅନ୍ୟପଟେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜଙ୍ଗପୁରୀ ଆସନରୁ ପରାସ୍ତ ହୋଇଛନ୍ତି। କାଲିକାଜୀ ଆସନରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ବିଜେପିର ରମେଶ ବିଧୁଡୀଙ୍କୁ ପରାସ୍ତ କରିଛନ୍ତି ବିଜୟୀ ହୋଇଛନ୍ତି ।

Comments are closed.