ମଧ୍ୟପ୍ରଦେଶ: ପୁଣି ମଧ୍ୟପ୍ରଦେଶରେ ଫେରିଛି ଚିତା ଆନ୍ଦୋଳନ । ପାନ୍ନା ଗାଁରେ ଡ୍ୟାମ୍ ପ୍ରକଳ୍ପକୁ ବିରୋଧ । ବର୍ଷା ଓ ଜଳବନ୍ଦୀ ସ୍ଥିତି ସତ୍ୱେ ଲଗାତର ୨୦ ଦିନ ଧରି ଜାରି ରହିଛି ଆନ୍ଦୋଳନ । ମଧ୍ୟପ୍ରଦେଶରେ ବିସ୍ଥାପିତ ଆଦିବାସୀମାନଙ୍କ ଚିତା ଆନ୍ଦୋଳନ କଥା ତ ମନେ ଥିବା ଏବେ ପୁଣି କେନ୍-ବେଟବା ଡ୍ୟାମ୍ପ ପ୍ରକଳ୍ପକୁ ନେଇ ଅଭିନବ ପ୍ରତିବାଦ କରୁଛନ୍ତି ଲୋକ । ବର୍ଷା ଓ ଜଳବନ୍ଦୀ ଭିତରେ ରହି ଚିତା ଉପରେ ଶୋଇ ଓ ପାଣିରେ ଠିଆ ହୋଇ ଏପରି ପ୍ରତିବାଦ ୨୦ ଦିନ ହେବ ଜାରି ରହିଛି । ଲଠିଚାର୍ଜ ଓ ସରକାରୀ ଉଦାସୀନତା ସତ୍ୱେ ଆନ୍ଦୋଳନରୁ ଓହରିନାହାନ୍ତି ଆନ୍ଦୋଳନକାରୀ । ସାଧାରଣଲୋକଙ୍କ ବିରୋଧ ପ୍ରଦର୍ଶନରେ ଗତ ୪ଦିନ ଧରି ସାମିଲ ହୋଇଥିଲେ ଜୟ କିଶାନ ସଂଗଠନର ନେତା ତଥା କର୍ମୀ ଅମିତ ଭଟ୍ଟନାଗରଙ୍କୁ ପୋଲିସ ଉଠାଇନେଇଛିା ଏହି ସମୟରେ ଆନ୍ଦୋଳନକାରୀମାନେ ଚିତା, ଜଳ, ଶୂଳି, ମାଟି ଓ ଭୋକ ପରି ବିଭିନ୍ନ ଉପାୟରେ ସତ୍ୟାଗ୍ରହ କରୁଥିଲେ । ପାନ୍ନାର ମହିଳା ମାନଙ୍କ ସହ ଆନ୍ଦୋଳନକାରୀଙ୍କ ଉପରେ ଲାଠିଚାର୍ଜ କରି ଆନ୍ଦୋଳନକୁ ଦବାଇଦେବାକୁ ଉଦ୍ୟମ କରୁଥିବା ଭଟ୍ଟନାଗର ଅଭିଯୋଗ କରିଛନ୍ତି । ପୋଲିସ ସାଧା ପୋଷାକରେ ଲୋକଙ୍କୁ ନେଇ ମହିଳାଙ୍କ ସହ ଅସଦାଚରଣ ପାଇଁ କହୁଛି, ଘରେ ପଶିଯିବା ସହ ଲୋକଙ୍କ ଫୋନ ମଧ୍ୟ ନେଇଯାଉଥିବା ଭଟ୍ଟନାଗର ଅଭିଯୋଗ କରିଛନ୍ତି । ଗାଁରେ ପୋଲିସ ଭୟ ବି ଲାଗିରହିଛି । ଗାଁଲୋକ କିଛି କହିବାକୁ ଚେଷ୍ଟା କଲେ ପୋଲିସ ଲାଠିଚାର୍ଜ ଆରମ୍ଭ କରିଦେଉଛି । ଗଣତନ୍ତ୍ରର ହତ୍ୟା କରାଯାଉଛି । ଆମେ ଶାନ୍ତି ଶୃଙ୍ଖଳାରେ ଆନ୍ଦୋଳନ ବି କରିପାରିବୁ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସେ । ରାଗରେ ଗାଁର ପ୍ରତିଘରୁ ବିଜୁଳି ଓ ପାଣି କନେକ୍ସନ କାଟି ଦିଆଯାଇଛି । ବ୍ରିଟିଶ ଶାସନ କାଳରେ ବି ଏମିତି ଅତ୍ୟାଚାର କରାଯାଉନଥିଲା ବୋଲି କହିଛନ୍ତି ଭଟ୍ଟନାଗର । ଜୁଲାଇରେ ହୋଇଥିବା ପ୍ରତିବାଦ ପରେ ବିସ୍ଥାପିତଙ୍କୁ ଘର ଏବଂ କ୍ଷତିପୂରଣ ପାଇଁ ପ୍ରତିଶ୍ରୁତି ମିଲିଥିଲା । ହେଲେ ପ୍ରତିଶ୍ରୁତି ପୂରଣ ହୋଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହାବ୍ୟତୀତ ସେମାନଙ୍କ ଘର ଏବେ ପାଣି ଘେରରୋ ମଣ୍ଡଳିଆ, ଟାପରିଆ ଓ କୁଆରପୁର ସମେତ ଅନେକ ଗାଁରେ ଘର ଭିତରେ ୨ରୁ ୩ ଫୁଟ ପାଣି ପ୍ରବାହିତ ହେଉଛି । ସପଟେ ସରକାର ୧୨ଲକ୍ଷ ଟଙ୍କାର କ୍ଷତିପୂରଣ ପାଇଁ କହିଥିବା ବେଳେ ମାତ୍ର ୫ଲକ୍ଷ ଟଙ୍କା ମିଳିଛି । ସେପୁଣି ସବୁ ପରିବାରକୁ ମିଳିନାହିଁ । ନୂଆ ସର୍ଭେ କରାଯାଇ କ୍ଷତିପୂରଣ ଦିଆଯାଉ ବୋଲି ଭଟ୍ଟନାଗର ଦାବି କରିଛନ୍ତି ।
BREAKING NEWS
- ପ୍ରଥମ ଟି୨୦: ଶ୍ରେୟାସଙ୍କ ବିସ୍ଫୋରକ ଶତକ, ୱେଷ୍ଟଇଣ୍ଡିଜ୍କୁ ୮ ୱିକେଟ୍ରେ ହରାଇଲା ଭାରତ
- ମୁଣ୍ଡ ଉପରେ ପୂଜା, ଖାଲ ଭର୍ତ୍ତି ରାସ୍ତାରେ ତୋରଣ
- ଭୁବନେଶ୍ୱର କୁମାରଙ୍କ କମ୍ବ୍ୟାକ୍: ୪ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଲେ, ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟି୨୦, ଏ’ ଦଳ ଘୋଷଣା
- ମୁଁ ଆପଣଙ୍କୁ ଛୁଇଁପାରିବି କି?’: ଅଭିଷେକ ଶର୍ମାଙ୍କୁ ଦେଖି ହୋସ୍ ହରାଇଲେ ସୁନ୍ଦରୀ ଫ୍ୟାନ୍
- ଅଗରକରଙ୍କ କାର୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି

Comments are closed.