Latest Odisha News

BREAKING NEWS

ସିସିଟିଭି ନଜରରେ କେନ୍ଦ୍ରାପଡା ସହର !

କେନ୍ଦ୍ରାପଡା: କେନ୍ଦ୍ରାପଡା ସହରରେ ଦିନକୁ ଦିନ ବଢୁଥିବା ଅପରାଧୀକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ଲାଗି ଏବେ ଲାଗିବ ସିସିଟିଭି ।

ପ୍ରାପ୍ତ ସୂଚନାନୁଯାୟୀ ସହରର ପ୍ରମୁଖ ୧୨ଟି ସ୍ଥାନରେ ପ୍ରାୟ ୩୬ଟି ସିସିଟିଭି କ୍ୟାମେରା ଲଗାଇବା ପାଇଁ ପୋଲିସ ପକ୍ଷରୁ ଯୋଜନା କରାଯାଉଥିବା ଜଣାପଡିଛି । ଏହାବ୍ୟତିତ ୨୪ ଘଣ୍ଟିଆ ସିସିଟିଭି ଉପରେ ନଜର ରଖିବା ଲାଗି ଏକ କଣ୍ଟ୍ରୋଲ୍ ରୁମ୍ ମଧ୍ୟ ଖୋଲାଯିବ ।

ଅପରପକ୍ଷରେ ବଡହାଟ, ବାଲାବାବା ଛକ, ତିନିମୁହାଣୀ, ବସଷ୍ଟାଣ୍ଡ, କାକଟ ଛକ ଏବଂ ସହରର ପ୍ରମୁଖ ପ୍ରବେଶ ତଥା ପ୍ରସ୍ଥାନ ଆଦି ସ୍ଥାନରେ ସିସିଟିଭି ଲାଗିବା ନେଇ ଯୋଜନା ରହିଛି ।

ପ୍ରଥମ ପର୍ଯ୍ୟାୟରେ ଏହି ସିସିଟିଭି କ୍ୟାମେରା କେନ୍ଦ୍ରାପଡାରେ ଲଗାଯିବ ଏବଂ ପରେ ଏହାକୁ ପଟ୍ଟାମୁଣ୍ଡାଇ ଯାଏଁ ସମ୍ପ୍ରସାରଣ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଏସପି ନୀତି ଶେଖର । ଏହାବ୍ୟତିତ ସମ୍ବେଦନଶୀଳ ସ୍ଥାନମାନଙ୍କରେ ଏକାଧିକ କ୍ୟାମେରା ଲଗାଯାଇପାରେ ବୋଲି ସେ ପ୍ରକାଶ କରିଛନ୍ତି ।

ତେବେ ଏହାଦ୍ୱାରା ସହରରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଥିବା ବ୍ୟକ୍ତି ତଥା ନିଶାଶକ୍ତ ବ୍ୟକ୍ତି ଏବଂ ଅପରାଧିକ କାର୍ଯ୍ୟକଳାପ ଉପରେ ସାମାନ୍ୟ ଲଗାମ ଲାଗିପାରିବା ନେଇ ବୁଦ୍ଧିଜୀବୀ ମହଲ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.