Latest Odisha News

BREAKING NEWS

‘ଜିଓ’ର ନୂଆ ନିୟମ; ଅନ୍ୟ ନେଟଓ୍ୱର୍କକୁ କଲ ପାଇଁ ଦେବାକୁ ପଡିବ ମିନିଟକୁ ‘ଛ’ ପଇସା

ନୂଆଦିଲ୍ଲୀ: ଆଜିଠାରୁ ଲାଗୁହେଲା ଜିଓର ନିୟମ । ଜିଓ ନେଟୱର୍କରୁ ଅନ୍ୟ ନେଟଓ୍ୱର୍କକୁ କଲ୍‌ କଲେ ଏବେ ଦେବାକୁ ପଡିବ ଦେୟ ।

ମିଳିଥିବା ସୂଚନା ଅନୁସାରେ ଅକ୍ଟୋବର ୧୦ ତାରିଖରୁ ମିନିଟ୍‌ ପିଛା ଦେବାକୁ ପଡିବ ‘ଛଅ ପଇସା’ । ପୂର୍ବରୁ ଜିଓ ସମସ୍ତ ନେଟୱର୍କକୁ ମାଗଣା କଲ୍‌ ସେବା ଯୋଗାଇଦେଉଥିବା ବେଳେ ଆଜିଠାରୁ ଏହା କେବଳ ନିଜ ନେଟଓ୍ୱର୍କକୁ ଛାଡି ଦେଲେ ଅନ୍ୟ ନେଟଓ୍ୱର୍କ ପାଇଁ ଦେୟ ଦେବାକୁ ପଡିବ । ‘ଇଣ୍ଟରକନେକ୍ଟ ୟୁସେଜ ଚାର୍ଜ’ (ଆଇୟୁସି)କୁ ନେଇ ଏପରି କରାଯାଇଥିବା ଜିଓ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ୨୦୧୭ ମସିହାରେ ଟ୍ରାଇ ‘ଆଇୟୁସି’କୁ ହ୍ରାସ କରି ୧୪ ପଇସାରୁ ୬ ପଇସା କରି ଦେଇଥିଲା । ଜାନୁଆରୀ ୨୦୨୦ରେ ଏହାକୁ ହଟାଇ ଦିଆଯିବ ବୋଲି ସୂଚନା ମିଳିଛି । ଜିଓ ଅନ୍ୟ କମ୍ପାନୀମାନଙ୍କୁ ଦେଇଥିବା ପଇସାର ଭରଣା ପାଇଁ ଏପରି କରୁଥିବା କମ୍ପାନୀ ପକ୍ଷରୁ ସୂଚନା ମିଳିଛି ।

ତେବେ ଗ୍ରାହକମାନଙ୍କ ଚାଲୁ ପ୍ଲାନ ନସରିବା ଯାଏଁ ଏହି ନିୟମ ଲାଗୁହେବ ନାହିଁ । ଉଦାହରଣ ସ୍ୱରୂପ ଯଦି ଆପଣ ‘ଜିଓ’ ନମ୍ବରରେ ୩୯୯ ଟଙ୍କାର ବୈଧତା ସାରିନାହିଁ ତେବେ ଏହା ସରିବା ପର୍ଯ୍ୟନ୍ତ ଏହି ନୂଆ ନିୟମ ଲାଗୁ ହେବ ନାହିଁ । ଅକ୍ଟୋବର ୧୦ ଠାରୁ ହେବାକୁ ଥିବା ପ୍ରତିଟି ନୂଆ ରିଚାର୍ଜରେ ଏହି ନିୟମ ଲାଗିବହେବ ନେଇ ସୂଚନା ମିଳିଛି । ଏନେଇ ଜିଓ ତରଫରୁ ଏକ ନୂଆ ରିଚାର୍ଜ ପ୍ଲାନର ତାଲିକା ମଧ୍ୟ ପ୍ରକାଶ ପାଇଛି ।

Leave A Reply

Your email address will not be published.