Latest Odisha News

BREAKING NEWS

ଯୌନ ନିର୍ଯ୍ୟାତନା ଅଭିଯୋଗ; କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ସଭାପତି ଅଟକ

କେନ୍ଦ୍ରାପଡା: ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗରେ ରବିବାର ବିଳମ୍ବିତ ରାତିରେ ପୋଲିସ କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ସଭାପତି ପ୍ରମୋଦ କୁମାର ସାହୁଙ୍କୁ ଅଟକ ରଖିଛି ।

BjdElectrycity

ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ରାତି ପ୍ରାୟ ୧୧ଟା ୩୦ମି. ସମୟରେ ଟାଉନ ଥାନା ପୋଲିସ ବଣିଆମାଳସ୍ଥିତ ବାସଭବନରୁ ଉଠାଇ ନେଇଥିଲା । ପରେ ସୋମବାର ଦିନ ଡାକ୍ତରୀ ପରୀକ୍ଷା ପାଇଁ ମେଡିକାଲ ନିଆଯାଇଥିଲା । ପରବର୍ତ୍ତୀ ସମୟରେ ପଚରାଉଚରା କରାଯିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ଜଣାପଡିଛି ।

ପିଡିତା ଜଣକ ଶ୍ରୀ ସାହୁଙ୍କ ବିରୋଧରେ ଆଣିଥିବା ଅଭିଯୋଗ ସମ୍ପର୍କରେ ବହୁ ଫୋନ୍ କଲର ରେକର୍ଡ ଓ ମେସେଜରେ କଥାବାର୍ତ୍ତା କରିଥିବାର ପ୍ରମାଣ ଗଣମାଧ୍ୟମକୁ ଦେଖାଇଥିଲେ ।

ଶ୍ରୀ ସାହୁ ଫାର୍ମ ହାଉସରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରୁଥିବା ନେଇ ଅଭିଯୋଗ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ପିଡିତା ଜଣକ କହିଛନ୍ତି, ଶ୍ରୀ ସାହୁ ଶାସକ ଦଳର ହୋଇଥିବାରୁ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।

ଆହୁରି ମଧ୍ୟ ତାଙ୍କୁ ନ୍ୟାୟ ନମିଳିଲେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି ।

Leave A Reply

Your email address will not be published.