Latest Odisha News

BREAKING NEWS

ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍ ଭ୍ୟାନ୍, ୧୦ ଛାତ୍ରଛାତ୍ରୀ ଆହତ

ପୁରୀ: ପୁରୀ ଜିଲ୍ଲା ଚାରିଛକ ନିକଟରେ ସୋମବାର ଦିନ ଏକ ସ୍କୁଲ୍ ଭ୍ୟାନ୍ ରାସ୍ତାକଡରେ ଥିବା କେନାଲକୁ ଖସିଯିବା ଫଳରେ ୧୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଏହି ସ୍କୁଲ ଭ୍ୟାନ୍ କିଛି ଛାତ୍ରଛାତ୍ରୀଙ୍କୁ ନେଇ ତୁଳସୀପୁର ଅଞ୍ଚଳର ଏକ ଘରୋଇ ସ୍କୁଲକୁ ନେଇଯାଉଥିବା ବେଳେ କୌଣସି କାରଣବଶତଃ ଡ୍ରାଇଭର ଜଣକ ଭାରସାମ୍ୟ ହରାଇବାରୁ ରାସ୍ତା କଡରେ ଥିବା କେନାଲକୁ ଓଲଟି ପଡିଯାଇଥିଲା ।

ସଙ୍ଗେସଙ୍ଗେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଥିଲେ । ପରେ ଆହତ ଛାତ୍ରୀଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ତେବେ ସେମାନଙ୍କ ମଧ୍ୟରେ ଜଣେ ଶିଶୁର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ଭୁବନେଶ୍ୱରସ୍ଥିତ ଏକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.