Latest Odisha News

ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ଲାଞ୍ଚୁଆ ସରକାରୀ ବାବୁ

କେନ୍ଦ୍ରାପଡା: ପୁଣି ଭିଜିଲାନ୍ସ ହାତରେ ଧରାପଡିଲେ ଆଉ ଜଣେ ଲାଞ୍ଚୁଆ ସରକାରୀ ବାବୁ । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ କେନ୍ଦ୍ରାପଡ଼ା ଫୁଡ୍ ଇନ୍ସପେକ୍ଟର ବିଭାସ ମଜୁମଦାର।

ଏକ ପାଉଁରୁଟି ଫ୍ୟାକ୍ଟ୍ରି ଲାଇସେନ୍ସ ନବୀକରଣ କରିବା ପାଇଁ  ୫ ହଜାର ଟଙ୍କା ମାଗି ହଟହଟା ହେଲେ । ଲାଞ୍ଚ ନେବା ବେଳେ ମଝି ରାସ୍ତାରେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ତେବେ ତାଙ୍କଠାରୁ ରଙ୍ଗବୋଳା ୫ ହଜାର ଟଙ୍କା ଜବତ କରିଛଇ ଟିମ୍ । ଏହାସହିତ ଖାଦ୍ୟ ସୁରକ୍ଷା ଅଧିକାରୀ ଅଫିସ ଛାନ୍‌ଭିନ୍ କରିବା ସହ ଫୁଡ୍ ଇନ୍ସପେକ୍ଟରଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ ଟିମ୍  ।

Leave A Reply

Your email address will not be published.