Latest Odisha News

BREAKING NEWS

ସାପ ଗବେଷଣାରେ ଓଡିଆ ପୁଅ , ୪ ନୂଆ ପ୍ରଜାତିର ପିଟ୍ ଭାଇପର ଆବିଷ୍କୃତ

ଭୁବନେଶ୍ୱର : ସାପ ଗବେଷଣାରେ ଓଡିଆ ପୁଅ ଆଗରେ । ୪ ପ୍ରଜାତିର ନୂଆ ପିଟ୍ ପାଇପର ସାପ ଆବିଷ୍କୃତ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଡିଗ୍ରୀ କଲେଜର ଜୁଲୋଜି ଅଧ୍ୟାପକ ଡଃ ଆଶୋକ ମଲ୍ଲିକ । ସେ ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ୍ ସାଇନ୍ସରେ ପିଏଚଡି କରୁଥିବା ବେଳେ ଗୋଟିଏ ପେପରରେ ୪ ଟି ନୂଆ ପ୍ରଜାତିର ପିଟ୍ ଭାଇପର ସାପ ଆବିଷ୍କାର କରିଛନ୍ତି । ଏହି ପିଟ୍ ଭାଇପର ସାପ ଗୁଡିକ ସାଧାରଣତଃ ଦକ୍ଷୀଣ ଭାରତରେ ଦେଖିବାକୁ ମିଳନ୍ତି ।

ଅଶୋକ ୨୦୦୮ ମସିହାରୁ ସାପଙ୍କ ଉପରେ ଗବେଷଣା ଆରମ୍ଭ କରିଥିଲେ। ଦୀର୍ଘ ୮ ବର୍ଷ ଗବେଷଣା ପରେ ଖାଲି ପିଟ୍ ଭାଇପର ଆବିଷ୍କୃତ କରିଛନ୍ତି ତା ନୁହେଁ। ସିଡୋସେଫାଲସ୍ ଜେନସକୁ ମଧ୍ୟ ମାନ୍ୟତା ମିଳିଲା । ଏହି ୪ ପ୍ରକାର ସାପକୁ ଆଗରୁ ଟ୍ରାଇମେରେସେରସ ଅଧିନରେ ରଖାଯାଇଥିଲା। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଜର୍ନାଲ ‘ଭର୍ଟିବ୍ରେଟ୍ ଜୁଲୋଜି’ ରେ ଅଶୋକଙ୍କ ଗବେଷଣା ସନ୍ଦର୍ଭ ପ୍ରକାଶିତ ହୋଇଛି।

ଅଶୋକଙ୍କ ସହିତ ଏହି ଗବେଷଣାରେ ଦେଶ ତଥା ବିଦେଶର ଆଉ ୬ ଜଣ ଗବେଷକ ମଧ୍ୟ ସାମିଲ ହୋଇଥିଲେ। ଅଶୋକ ଆବିଷ୍କାର କରିଥିବା ନୂଆ ପ୍ରଜାତିର ସାପ ଗୁଡିକ ହେଲେ କ୍ରୋସେଡୋସେଫାଲସ,ମାଇକ୍ରୋଲେପିସ୍, କ୍ରାସେଡୋସେଫାଲସ ,ପେଲଟୋପେଲାର ଏହି କ୍ରୋସେଡୋସେଫାଲସ୍ ସାପ ଗୁଡିକ ଅତ୍ୟନ୍ତ ବିଷଧର । ଏମାନଙ୍କ ମୁହଁରେ ଉତ୍ତପ ବାରିବା ପାଇଁ ଦୁଇଟି ପିଟ୍ ବା ଗର୍ତ୍ତ ଥାଏ । ତେବେ ଏହା ସାଧାରଣ ଭାବରେ ଜଙ୍ଗଲ  ଓ ପାର୍ବତୀୟ ଅଞ୍ଚଳରେ ଦେଖାଯାଆନ୍ତି।

ଅନ୍ୟପଟେ ଗତବର୍ଷ ଏକାଥରକେ ୫ ଟି ନୂଆ ଭାଇନ ସ୍ନେକ ପ୍ରଜାତି ଆବିଷ୍କାର କରି ଆନ୍ତର୍ଜାତିକ ସ୍ତରରେ ଚହଳ ସୃଷ୍ଟି କରିଥିଲେ ଅଶୋକ। ଅଶୋକଙ୍କ ଏହି ସଫଳତାକୁ ପ୍ରଂଶାସ କରିବା ସହିତ ଓଡ଼ିଶାର ସବୁଠୁ ଅଧିକ ସାପ ଗବେଷଣା କରିଥିବା ବୈଜ୍ଞାନିକ ଭାବରେ ସେ ମାନ୍ୟତା ପାଇଲେ ବୋଲି ସ୍ନେକ ହେଲପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ।

Comments are closed.