Latest Odisha News

BREAKING NEWS

ହଠାତ୍ ଆକାଉଣ୍ଟକୁ ଆସିଲା ଲକ୍ଷ ଲକ୍ଷ ଟଙ୍କା : ଉଠାଣ ପାଇଁ ବ୍ୟାଙ୍କରେ ପ୍ରବଳ ଗହଳି

କେନ୍ଦ୍ରାପଡା :ଅଚାନକ ଭାବେ ଲୋକଙ୍କ  ଆକାଉଣ୍ଟକୁ ଆସୁଛି ଲକ୍ଷ ଲକ୍ଷ ଟଙ୍କା। ଆଉ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଆଗରେ ଗ୍ରାହକଙ୍କ ପ୍ରବଳ ଭିଡ଼। ୨ ହଜାର ଠୁ ଆରମ୍ଭ କରି ଦୁଇ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଜମା ହୋଇଯାଉଛି  । ଏଭଳି ଘଟଣା ଦେଖିବାକୁ ମିଳିଛି   କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ବାଟିପଡା ଗାଁରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ । ବ୍ୟାଙ୍କ ଆକାଉଣ୍ଟରେ ହଠାତ୍ ଲକ୍ଷ ଲକ୍ଷ ଟଙ୍କା ଜମା ହେଉଥିବା ଖବର ସାରା ଅଞ୍ଚଳରେ ଖେଳିଯାଇଥିଲା। ଆଉ ଲୋକମାନେ ତୁରନ୍ତ ଧାଇଁ ଆସିଥିଲେ ବ୍ୟାଙ୍କକୁ।

ସୂଚନା ଅନୁଯାୟୀ ଗତକାଲି ଆଳି ଅଞ୍ଚଳର ବାଟିପଡା  ଗ୍ରାମ୍ୟ ବ୍ୟାଙ୍କ  ଗ୍ରାହକଙ୍କ ଆକାଉଣ୍ଟକୁ ଅଚାନକ ଟଙ୍କା ଆସିଥିଲା  । ୨ ହଜାରଠୁ ଆରମ୍ଭ କରି ୨ ଲକ୍ଷ ଯାଏଁ ଆକାଉଣ୍ଟରେ ଜମା ହୋଇଯାଇଥିଲା  । ଏ ନେଇ ମୋବାଇଲକୁ ମେସେଜ ମଧ୍ୟ ଆସିଥିଲା  । ଯାହା ପରେ ବ୍ୟାଙ୍କରେ ଲୋକଙ୍କ ଗହଳି ଲାଗିଥିଲା  । ଲୋକଙ୍କ ଗହଳିକୁ  ଲକ୍ଷ୍ୟ କରି ପଟ୍ଟାମୁଣ୍ଡାଇ ଏସଡିପିଓ ଓ ଆଳି ଆଇଆଇସି ବ୍ୟାଙ୍କରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଥିଲେ  ।

ତେବେ ଏତେ ପରିମାଣ ଟଙ୍କା ଆକାଉଣ୍ଟରେ କେଉଁଠୁ ଆସିଲା ତାହା ସମସ୍ତଙ୍କୁ ଚକିତ କରିଛି  । ଏ ନେଇ ଶାଖା ପରିଚାଳକ କହିଛନ୍ତି ଯେ ଟଙ୍କା ଉଠାଇବା ପାଇଁ ଲୋକମାନେ ଭିଡ଼ ଜମାଇ ଥିଲେ  । ସେମାନଙ୍କ ଆକାଉଣ୍ଟକୁ କେଉଁଠୁ ଟଙ୍କା ଆସିଛି ବୋଲି ଆମେ ୩ ଶହ ଆକାଉଣ୍ଟ ଚେକ କରିଥିଲୁ  । ସେଥିରୁ ୪୦ ଜଣଙ୍କ ଆକାଉଣ୍ଟରେ କେଉଁଠୁ ଟଙ୍କା ଆସିଛି , ତାହା ଜଣାପଡ଼ିନାହିଁ  । କାହାର ଆକାଉଣ୍ଟକୁ ୩୦ ହଜାର ତ ଆଉ କାହା ଆକାଉଣ୍ଟକୁ ୪୦ ଆଉ କାହା ଆକାଉଣ୍ଟକୁ ଦୁଇ ଲକ୍ଷ ଟଙ୍କା ଆସିଥିବାର ନଜିର ରହିଛି  ।

Leave A Reply

Your email address will not be published.