Latest Odisha News

BREAKING NEWS

ଆଜିଠୁ ପ୍ରାଥମିକ ଶିକ୍ଷକଙ୍କ କାର୍ଯ୍ୟବନ୍ଦ : ୩ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ସଂଘ

ଭୁବନେଶ୍ବର: ଆଜିଠୁ ପ୍ରାଥମିକ ଶିକ୍ଷକଙ୍କ କାର୍ଯ୍ୟବନ୍ଦ । ଆଜିଠାରୁ ୧ ଲକ୍ଷ ୩୦ହଜାର ପ୍ରାଥମିକ ଶିକ୍ଷକ ଯିବେ ସାମୁହିକ ଛୁଟିରେ। କାର୍ଯ୍ୟ ବନ୍ଦ କରିବା ସହ ୩୧୪ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଜାରି ରଖିବେ ବୋଲି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ କହିଛି । କେନ୍ଦ୍ରୀୟ ହାରରେ ଦରମା, ଜୁନିଅର ଶିକ୍ଷକଙ୍କୁ ନିୟମିତ ମାନ୍ୟତା, ଗଣଶିକ୍ଷକଙ୍କୁ ଏକ୍ସ କ୍ୟାଡରର ହଟାଇବା ପରି ଦାବି ନେଇ ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବେ ଶିକ୍ଷକ ଓ ଶିକ୍ଷୟତ୍ରୀ ।

ପାଖାପାଖି ୧ ଲକ୍ଷରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନକୁ ଓହ୍ଲାଇବାକୁ ଯାଉଛନ୍ତି । ଏହି ଆନ୍ଦୋଳନ ପାଇଁ ରାଜ୍ୟର ପ୍ରାୟ ୫୬ ହଜାର ସ୍କୁଲରେ ପାଠପଢା ଠପ୍ ହେବାକୁ ଯାଉଛି । ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ନେଇ ଶିକ୍ଷକ ସଂଘ ଅଗଷ୍ଟ ୫ରୁ ବିଇଓ ଏବଂ ୧୧ ତାରିଖରେ ଡିଇଓ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।ପୂର୍ବରୁ ସଙ୍ଘ ପକ୍ଷରୁ ଦାବି ପୂରଣ ନେଇ ବାରମ୍ବାର ଆନ୍ଦୋଳନ କରାଯାଉଥିଲେ ବି ସରକାର ଦାବି ପୂରଣ ନେଇ କୌଣସି ପଦକ୍ଷେପ ନେଇନାହାନ୍ତି  ।  ଏଥିପାଇଁ ପ୍ରାଥମିକ ଶିକ୍ଷକ ସଂଘଗୁଡ଼ିକ ମିଳିତ ଭାବେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି।

 

 

 

Leave A Reply

Your email address will not be published.