Latest Odisha News

BREAKING NEWS

ସରକାରୀ ଗୋଦାମରୁ ୨ ଲକ୍ଷ ଟଙ୍କା ମୂଲ୍ୟର କେନ୍ଦୁପତ୍ର ଲୁଟ୍

ନୟାଗଡ଼: ନୟାଗଡ଼ ଜିଲ୍ଲାର ଦଶପଲା ଅଞ୍ଚଳରେ ଥିବା ଏକ ସରକାରୀ ଗୋଦାମରୁ ୨ଲକ୍ଷ ଟଙ୍କା ମୂଲ୍ୟର କେନ୍ଦୁ ପତ୍ର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଦଶପଲାର ସାକେନି କେନ୍ଦୁ ଗୋଦାମରେ କେନ୍ଦୁ ପତ୍ର ଗଚ୍ଛିତ ହୋଇ ରହିଥିଲା।

ସୂଚନା ଅନୁଯାୟୀ, ଏକ ଡଜନରୁ ଅଧିକ ମୁଖାପିନ୍ଧା ଦୁବୁର୍ତ୍ତ ଘଟଣାସ୍ଥଳରେ ପହଞ୍ଚି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ସହ ଅଖା ଭିତରେ ଭର୍ତ୍ତି ହୋଇଥିବା ବହୁ ପରିମାଣର କେନ୍ଦୁ ପତ୍ର ନେଇ ପଳାଇଥିଲେ।

ଏହି ସଂପର୍କରେ ବନ ବିଭାଗ ଏକ ମାମଲା ରୁଜୁ କରିବା ସହ ଦୁବୁର୍ତ୍ତ ଙ୍କୁ ଧରିବା ପାଇଁ ଛାନଭିନ ଆରମ୍ଭ କରିଛି।

Comments are closed.