Latest Odisha News

BREAKING NEWS

ଡକାୟତି ଓ ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ; ୬ ଅଭିଯୁକ୍ତ ଗିରଫ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ପୋଲିସ ଏକ ବଡ଼ ସଫଳତା ହାସଲ କରି ଡକାୟତି, ଲୁଟ୍, ମୋବାଇଲ ଚୋରି ଓ ସାଇବର ଠକେଇରେ ସଂପୃକ୍ତ ଏକ ଆନ୍ତଃଜିଲ୍ଲା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି । ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଗିରଫ ଅଭିଯୁକ୍ତମାନେ ହେଲେ ହଳଧର ନାଏକ, ରୌନକ ପାତ୍ର, ମନୀଷ ତାନ୍ତି, ଆରବାଜ ଖାନ, ସୁଜଲ ପାଲ ଚୌଧୁରୀ ଏବଂ ଚନ୍ଦ୍ରବତୀ ପାତ୍ର। ସମସ୍ତେ କେନ୍ଦୁଝର ଜିଲ୍ଲା ବଡବିଲ ଅଞ୍ଚଳର ବାସିନ୍ଦା । ଅଭିଯୁକ୍ତଙ୍କ ନିକଟରୁ ୩ଟି ଖଣ୍ଡା, ଗୋଟିଏ ଛୁରୀ, ୧୨ଟି ମୋବାଇଲ, ୨୬ଟି ବ୍ୟାଙ୍କ ପାସ୍ବୁକ୍, ୨୮ଟି ସିମ୍ କାର୍ଡ ଏବଂ ନଗଦ ୩,୩୦୦ ଟଙ୍କା ଜବତ କରାଯାଇଛି ।

ଏହି ଗ୍ୟାଙ୍ଗ ଟ୍ରକ୍ ଚାଳକମାନଙ୍କୁ ଟାର୍ଗେଟ କରି ନଗଦ ଟଙ୍କା ଓ ମୋବାଇଲ ଲୁଟ୍ କରୁଥିଲେ। ପରେ ଚୋରି ହୋଇଥିବା ମୋବାଇଲ ଏବଂ ବିଭିନ୍ନ ବ୍ୟାଙ୍କ ଖାତା ବ୍ୟବହାର କରି ଅନଲାଇନ ସାଇବର ଠକେଇ କରୁଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.