ବେଜିଂ: ମାରାତ୍ମକ କରୋନା ଭୂତାଣୁ ପୁଣି ଜଣେ ଡାକ୍ତରଙ୍କ ଜୀବନ ନେଇଛି । ତେବେ ବଡ କଥା ହେଉଛି ଏହି ଭୂତାଣୁକୁ ପ୍ରଥମେ ଚିହ୍ନଟ କରି ଲୋକଲୋଚନକୁ ଆଣିଥିବା ଡାକ୍ତର ହିଁ ଭୂତାଣୁର ଶୀକାର ହୋଇଛନ୍ତି । ଦୀର୍ଘଦିନ ହେଲା କରୋନାରେ ସଂକ୍ରମିତ ହୋଇ ଜୀବନ ସହ ସଂଘର୍ଷ କରୁଥିବା ଚୀନ୍ ଉହାନର ଡାକ୍ତର ଲି ୱେନଲିଆଙ୍ଗଙ୍କ ଆଜି ମୃତ୍ୟୁ ହୋଇଛି । ପିପୁଲସ ଡେଲିରେ ଡାକ୍ତରଙ୍କ ମୃତ୍ୟୁ ବାବଦରେ ସୂଚନା ଦିଆଯିବା ସହ ଶେଷ ଶ୍ରଦ୍ଧାଂଜଳି ଦିଆଯାଇଛି ।
୨୦୧୯ ଡିସେମ୍ବର ୩୦ ତାରିଖରେ ପ୍ରଥମେ ଲି ୱେନଲିଆଙ୍ଗ ହିଁ କରୋନା ଭୂତାଣୁକୁ ଚିହ୍ନଟ କରିଥିଲେ । ମେଡିକାଲକୁ ଆସିଥିବା ସ୍ଥାନୀୟ ଅଂଚଳର ୭ ଜଣ ରୋଗୀଙ୍କ ଠାରେ ସାର୍ସ ଭଳି ଲକ୍ଷଣ ଦେଖାଦେଇଥିବା ବେଳେ ପରୀକ୍ଷା ପରେ ଏହି ରୋଗ କରୋନା ଭୂତାଣୁ ଜନିତ ବୋଲି ସେ ଜାଣିବାକୁ ପାଇଥିଲେ । ଏନେଇ ସେ ସରକାରଙ୍କୁ ସତର୍କ କରାଇଥିଲେ । ଏପରିକି ସେ ପଢୁଥିବା ପୁରାତନ ସ୍କୁଲ ଗ୍ରୁପରେ ମଧ୍ୟ କରୋନା ଭୂତାଣୁ ବାବଦରେ ସୂଚନା ଦେଇଥିଲେ । ସାଙ୍ଗସାଥୀ ଓ ପରିବାରକୁ ସେ ପଠାଇଥିବା ମେସେଜ ଓ ଭିଡିଓ ପରେ ଭାଇରାଲ୍ ହୋଇଥିଲା । ଏବଂ ବିଶ୍ୱ ସାମ୍ନାକୁ ଆସିଥିଲା କରୋନା ଭୂତାଣୁର ଭୟଙ୍କର ସତ ।
BREAKING NEWS
- Washington DC shooting: ହ୍ୱାଇଟ୍ ହାଉସ୍ ନିକଟରେ ଗୁଳିକାଣ୍ଡ; ଜଣେ ମୃତ,୪ ଆହତ
- ୟୁଏଇର ଫୁଜୈରାରେ ଭୟାବହ ସଡ଼କ ଦୁର୍ଘଟଣା:ଭାରତୀୟଙ୍କ ସମେତ ୧୪ ମୃତ ଓ ୩୦ ଆହତ
- ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି, ଜାଣନ୍ତୁ କ’ଣ ରହିଛି କାର୍ଯ୍ୟସୂଚୀ..
- ଆଇସିଜେ ପ୍ରେସିଡେଣ୍ଟ ୟୁଜି ଇୱାସାୱାଙ୍କ କିଟ୍ ଓ କିସ୍ ପରିଦର୍ଶନ
- ୫୪ତମ ନେହେରୁ ଜୁନିୟର ହକି ଟାଇଟଲ ଜିତିଲା ଓଡ଼ିଶା ନାଭାଲ ଟାଟା ହକି ସେଣ୍ଟର
- ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପଞ୍ଜାବ କିଙ୍ଗ୍ସ ସହ ବଡ଼ ଟ୍ରେଡ୍ ଡିଲ୍ ପଛର କାହାଣୀ କ’ଣ?
- ଆନ୍ଧ୍ରରୁ ବୁଡ଼ ପକାଇବାକୁ ଆସିଥିଲେ… ଦଶାଶ୍ୱମେଧ ଘାଟରେ ବୁଡିଗଲେ ଦମ୍ପତି
- ଏସି ମରାମତି ବେଳେ ଫାଟିଲା କମ୍ପ୍ରେସର, ଜଣେ ମୃତ, ୨ ଗୁରୁତର
- ବସ୍ ଭଡ଼ା ବୃଦ୍ଧି କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ବସ୍ର ଭଡ଼ା କେତେ?
- କୁଲଗାମ ଆକ୍ରମଣ ଘଟଣା: ଲତିଫକୁ ଧରିବାକୁ ୧୫ ଲକ୍ଷର ପୁରସ୍କାର ଘୋଷଣା
Comments are closed.