Latest Odisha News

ଟି୨୦ କ୍ରିକେଟରେ ୧୦୫ ବଲ ବାକି ଥାଇ ମ୍ୟାଚ ଜିତି ବିଶ୍ୱରେକର୍ଡ କଲା କେନିୟା

ନାଇରୋବି: ଟି୨୦ କ୍ରିକେଟରେ ଆଜି ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିଛି କେନିୟା । ମାଳୀ ବିପକ୍ଷ ମୁକାବିଲାକୁ କେନିୟା ମାତ୍ର ୧୫ ବଲରେ ୧୦ ୱିକେଟରେ ଜିତି ନେଇଥିଲା । ବଲ, ସମୟ ଏବଂ ୱିକେଟରେ ଏହା ସବୁଠାରୁ ବୃହତ ବିଜୟ । ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରିଆ ନାମରେ ଥିଲା । ୧୦୪ ବଲ ବ୍ୟବଧାନରେ ତୁର୍କୀକୁ ପରାସ୍ତ କରିଥିଲା ଅଷ୍ଟ୍ରିଆ । କେନିୟା ବିପକ୍ଷରେ ମାଳୀ ପ୍ରଥମେ ବ୍ୟାଟିଂ କରି ୩୦ ରନରେ ଅଲଆଉଟ ହୋଇ ଯାଇଥିଲା । ମକାଲୁ ୧୨ ରନ କରିଥିବା ବେଳେ ୬ଜଣ ବ୍ୟାଟ୍ସମ୍ୟାନ ଶୂନରେ ଆଉଟ ହୋଇଥିଲେ । ୬ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ ।

ପିଟର ଲ୍ୟାଗେଟ ୧୭ ରନରେ ୬ଟି ୱିକେଟ ଅକ୍ତିଆର କରିଥିଲେ । ଜବାବରେ ମାତ୍ର ୨.୩ ଓଭରରେ କେନିୟାକୁ ମ୍ୟାଚକୁ ଜିତି ନେଇଥିଲା । କଲିନ୍ସ ଓବୁୟା ୧୮ ଓ ପୁଷ୍କର ଶର୍ମା ୧୪ ରନ କରି ଅପରାଜିତ ରହିଥିଲେ ।

Leave A Reply

Your email address will not be published.