କେନ୍ଦୁଝର: ଭିଜିଲାନ୍ସ ଜାଲରେ ଡେପୁଟି କଲେକ୍ଟର ଶରତ ଗିରି । ଭୂ-ଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର ଶରତ ଗିରି ୫୦ ହଜାର ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ । ଜମିଜମା ମାମଲାରେ ଟଙ୍କା କାରବାର କରୁଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ ।
ସୂଚନା ଅନୁସାରେ, ଚିତ୍ରସେନ ବ୍ରହ୍ମଙ୍କଠାରୁ ୨୦ ନମ୍ବର ଜାତୀୟ ରାଜପଥ ବନାଯୋଡ଼ି ନିକଟରେ ଥିବା ୮ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ ପାଇଁ ପାଖାପାଖି ୭ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ, ସେଥିରୁ ୧୦ପ୍ରତିଶତ ଟଙ୍କା ଲାଞ୍ଚ ହିସାବରେ ଚିତ୍ରସେନଙ୍କୁ ମାଗିଥିଲେ ଡେପୁଟି କଲେକ୍ଟର ଶରତ ଗିରି । ଆଜି ସେଥିରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଧରାପଡ଼ିବା ପରେ ତାଙ୍କୁ ବିଭାଗୀୟ ଅଧିକାରୀମାନେ ପଚରାଉଚୁରା କରୁଥିବାବେଳେ ତାଙ୍କର ଅଫିସ ଓ ଅନ୍ୟାନ୍ୟ ସ୍ଥାନରେ ଥିବା ଘର ଉପରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।
Comments are closed.