ଭୁବନେଶ୍ଵର: ହିନ୍ଦୁ ମାନ୍ୟତା ଅନୁସାରେ ଏହି ବିଶାଳ ସଂସାରକୁ ଇଶ୍ଵର ହିଁ ବନେଇଛନ୍ତି । କୁହାଯାଏ ଯେ, ସଂସାରରେ ସର୍ବ ପ୍ରଥମେ ଜନ୍ମ ନେଇଥିବା ପ୍ରଥମ ମଣିଷ ଥିଲେ ‘ମନୁ’ । ସେଥିପାଇଁ ଭାରତୀୟ ସଭ୍ୟତାରେ ‘ମନୁ’ଙ୍କୁ ପ୍ରଥମ ମନୁଷ୍ୟ ବୋଲି କୁହାଯାଏ । ଅନ୍ୟପଟେ ପଶ୍ଚିମ ସଭ୍ୟତାରେ ‘ଆଦାମ’ ହେଉଛନ୍ତି ଦୁନିଆ ପ୍ରଥମ ମନୁଷ୍ୟ । ‘ଆଦାମ’ଙ୍କ ପରେ ହିଁ ମନୁଷ୍ୟ ଜାତିର ଆରମ୍ଭ ହୋଇଥିଲା । ହିନ୍ଦୁ ପୌରାଣିକ କଥାନୁସାରେ ମନୁଙ୍କର ରଚନା ସ୍ଵୟଂ ବ୍ରହ୍ମା କରିଥିଲେ । କୁହାଯାଏ କି ମାନବ ସଂସାର ରଚନା କରିବା ପାଇଁ ଭଗବାନ ବ୍ରହ୍ମାଙ୍କ ଦ୍ଵାରା ଦୁଇଟି ଲୋକଙ୍କୁ ବନା ଯାଇଥିଲା, ଗୋଟେ ପୁରୁଷ ଓ ଆଉ ଗୋଟେ ସ୍ତ୍ରୀ ।
ମାନବ ସଂସାର ଆଗକୁ ବଢାଇବା ପାଇଁ ପୁରୁଷ ସହିତ ସ୍ତ୍ରୀର ରଚନା କରିବା ମଧ୍ୟ ଜରୁରୀ ଥିଲା । ସେଥିପାଇଁ ବ୍ରହ୍ମାଙ୍କ ଦ୍ଵାରା ଗଢାଯାଇଥିବା ପ୍ରଥମ ପୁରୁଷ ମନୁ ଓ ପ୍ରଥମ ସ୍ତ୍ରୀ ସତରୂପା ଥିଲେ । ଏହି ଦୁଇଜଣଙ୍କ ଠାରୁ ଅନ୍ୟ ମାନବ ଜାତିର ଉତ୍ପତ୍ତି ହେଲା । ଏହି ପ୍ରକାରେ ବ୍ରହ୍ମା ମାନବ ଜାତିର ରଚନା କରିଥିଲେ । ସେମାନେ ହିଁ ଆମର ପୂର୍ବଜ ଓ ଆମେ ତାଙ୍କ ଭବିଷ୍ୟତର ପିଢୀ । ସଂସାରକୁ ଆସିଥିବା ସର୍ବପ୍ରଥମ ମନୁଷ୍ୟ ମନୁ ଥିବାରୁ ଏହି ଜାତିର ନାମ ମାନବ ପିଢୀ ରଖାଯାଇଥିଲା ।ସଂସ୍କୃତରେ ଏହାକୁ ମନୁଷ୍ୟ କୁହାଯାଉଥିବା ବେଳେ ଇଂରାଜୀ ଭାଷାରେ ମ୍ୟାନ କୁହାଯାଇଛି। ଏହି ସମସ୍ତ ନାଁ ମନୁଙ୍କ ସହ ଯୋଡି ହୋଇରହିଛି।
ଏହି ସମସ୍ତ ତଥ୍ୟ ମଧ୍ୟରେ ସବୁଠାରୁ ଖାସ କଥା ହେଉଛି, ହିନ୍ଦୁ ପୁରାଣ ଅନୁଯାୟୀ କେବଳ ଜଣେ ନୁହଁନ୍ତି ବରଂ ଗୋଟିଏ ରୁ ଅଧିକ ମନୁ ଜନ୍ମ ନେଇଥିଲେ। ଯଦି ସଂଖ୍ୟା ହିସାବରେ କୁହାଯାଏ ତେବେ ପୁରାଣରେ ଉଲ୍ଲେଖ ଥିବା ତଥ୍ୟ ଅନୁଯାୟୀ ସେହି ସମୟରେ ୧୦ଜଣ ମନୁ ଜନ୍ମ ନେଇଥିଲେ। ସେ କେବଳ ଜଣେ ଏକୁଟିଆ ପୁରୁଷ ନଥିଲେ ବରଂ ୧୦ ଜଣଙ୍କର ସମୂହ ଥିଲେ। ଯାହାଙ୍କର ଜନ୍ମ ଗୋଟିଏ ଉଦେଶ୍ୟରେ ହୋଇଥିବା କାରଣରୁ ତାଙ୍କୁ ମନୁ ନାମରେ ଡକାଯାଉଥିଲା।
Comments are closed.