Latest Odisha News

BREAKING NEWS

ଭଦ୍ରକରେ ଗୋ ମାଫିଆଙ୍କ ଘରେ କେନ୍ଦୁଝର ପୋଲିସର ଚଢାଉ

ଭଦ୍ରକ: ମୁଲ୍ଲାସାହିରେ ଗୋ ମାଫିଆଙ୍କ ଘରେ କେନ୍ଦୁଝର ପୋଲିସର ଚଢାଉ। ଅବୈଧ ଗୋ ଚାଲାଣ ଲିଙ୍କରେ ୨ ପ୍ଲାଟୁନ ଫୋର୍ସ ସହ ଚଢାଉ। କେନ୍ଦୁଝର ସଦର ଏସଡିପିଓଙ୍କ ସହ ଭଦ୍ରକ ପୋଲିସର ମିଳିତ ଚଢାଉ । ଶେଖ୍ ରାଜନ ଥାନାରେ ଅଟକ।

ସୂଚନା ଅନୁସାରେ ଭଦ୍ରକ ପୁରୁଣା ବଜାର ଥାନା ଅନ୍ତର୍ଗତ ମୁଲ୍ଲା ସାହିର ଗୋ ମାଫିଆ ଶେଖ୍ ରାଜନ ଘରେ ଆଜି ସକାଳୁ କେନ୍ଦୁଝର ଓ ଭଦ୍ରକ ପୋଲିସ ମିଳିତ ଚଢ଼ାଉ କରିଛି। ଘରୁ ଜବତ ହେଲା ନଗଦ ୭୦ ଲକ୍ଷ ଟଙ୍କା ଓ ବିପୁଳ ପରିମାଣର ସୁନା। ଗୋ ମାଫିଆ ଶେଖ୍ ରାଜନକୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି। ଶେଖ୍ ରାଜନକୁ ଓଡ଼ିଶାର ସବୁଠାରୁ ବଡ଼ ଗୋ ମାଫିଆ ବୋଲି କୁହାଯାଉଛି। ତା ଜରିଆରେ ପଶ୍ଚିମବଙ୍ଗକୁ ଗୋ ଚାଲାଣ ହୋଇଥାଏ।

Comments are closed.