Latest Odisha News

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବନ୍ଦ ହେଉ: ବିଶ୍ୱ ହିନ୍ଦୁ ପରିଷଦ

କେନ୍ଦୁଝର : ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ଚାଲିଥିବା ଅତ୍ୟାଚର ବନ୍ଦ ହେଉ । କେନ୍ଦୁଝରରେ ଏପରି ୫ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି ବିଶ୍ୱ ହିନ୍ଦୁ ପରିଷଦ । ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ଚାଲିଥିବା ଅତ୍ୟାଚାର ବନ୍ଦ କରି ନ୍ୟାୟ ପ୍ରଦାନ ସହ କ୍ଷତି ପୂରଣ ଦାବି କରିଛନ୍ତି ବିଶ୍ୱ ହିନ୍ଦୁ ପରିଷଦ।ଏହା ସହ ପାକିସ୍ତାନ ଆଫଗାନିସ୍ତାନରେ ବସବାସ କରୁଥିବା ଅବଶିଷ୍ଟ ଅଳ୍ପ ସଂଖ୍ୟକ ହିନ୍ଦୁ ଶିଖଙ୍କ ବିରୁଦ୍ଧରେ ଜଘନ୍ୟ ଅତ୍ୟାଚାର ନିରନ୍ତର ଭାବେ ବଢ଼ିଚାଲୁଛି ।ଗତ ଏକ ସପ୍ତାହ ମଧ୍ୟରେ ବାଲାଂଦେଶରେ ଏହା ସୀମା ଅତିକ୍ରମ କରିଛି।

ଯେଉଁ ଦିନଠାରୁ ଆଫଗାନସ୍ତାନ ଉପରେ ବର୍ବର ତାଲିବାନୀ ମାନଙ୍କର ଶାସନ ହେଲା , ଅନ୍ୟ ପଡୋଶୀ ଦେଶ ମାନଙ୍କରେ ମଧ୍ୟ ଜେହାଦୀ ଆତଙ୍କବାଦୀ ମାନଙ୍କର ଆକ୍ରମଣ ନିରନ୍ତର ଭାବେ ବୃଦ୍ଧି ପାଇଛି । କେବଳ ଦୁର୍ଗାପୂଜା ସମୟରେ ହିଁ ବାଂଲାଦେଶରେ ୨୨ଟି ଜିଲ୍ଲାରେ ହିଂସାର ଘଟଣାମାନ ଘଟିଛି । ହିନ୍ଦୁମାନଙ୍କର ୧୫୦ ରୁ ଅଧିକ ଦୂର୍ଗପୂଜା ମଣ୍ଡପକୁ ଅପବିତ୍ର କରାଯାଇ ନଷ୍ଟଭ୍ରଷ୍ଟ କରିଦିଆଯାଇଛି ।

ନୂଆଖଲିର ଇସ୍କନ ମନ୍ଦିର , ଢାକାରଦୋକେଶ୍ଵର ମନ୍ଦିର ବନ୍ଦରବନର ଲାମାହରୀ ମନ୍ଦିର , ଚାନ୍ଦପୁର ଶ୍ରୀରାମକୃଷ୍ଣ ମିଶନ ଆଶ୍ରମ ଚୌକ ବଜାରର କରୁଣାମୟୀ କାଳୀ ମନ୍ଦିର ଏବଂ କୁଉରୀ ଗ୍ରାମର ଅନ୍ୟାନ୍ୟ ସାତଟି ମନ୍ଦିର ଗୁଡିକୁ ଧ୍ୱସ୍ତ ବିଧ୍ୱସ୍ତ କରାଯାଇଛି । ସରକାର ଉପରୋକ୍ତ ଘଟଣାଗୁଡିକୁ ବନ୍ଦ କରିବା ପାଇଁ ବାଂଲାଦେଶ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ବିଶ୍ୱ ହିନ୍ଦୁ ପରିଷଦ ପରିଷଦ ପକ୍ଷରୁ ଦାବି କରାଯାଇଛି ।

Leave A Reply

Your email address will not be published.