ନୂଆଦିଲ୍ଲୀ: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇଲେ କେରଳର କୋଚିର ଏକ ପରିବାର । ମଟନ୍ ରୋଗାନ୍ ଜୋଶ୍ ବଞ୍ଚାଇଦେଲା ୧୧ ଜୀବନ । ଲାବଣ୍ୟା, ଯିଏ ଦଶ ଜଣ ପରିବାର ସଦସ୍ୟଙ୍କ ସହିତ ଛୁଟି କଟାଇବାକୁ କଶ୍ମୀର ଆସିଥିଲେ । ସେ କହିଛନ୍ତି ଯେ କିପରି ଦ୍ବିପ୍ରହର ଖାଇବାର ଯୋଜନା ସେମାନଙ୍କ ଜୀବନ ବଞ୍ଚାଇଲା ।
ଏହି ସଦସ୍ୟଙ୍କ ମଧ୍ୟରେ ରହିଛନ୍ତି ଲାବଣ୍ୟାଙ୍କ ସ୍ୱାମୀ ଏଲବି ଜର୍ଜ, ସେମାନଙ୍କର ତିନି ପିଲା, ଏଲବିଙ୍କ ବାପାମାଆ ଏବଂ ଅନ୍ୟାନ୍ୟ ସମ୍ପର୍କୀୟ ଥିଲେ । ଯେଉଁମାନେ ଆକ୍ରମଣ ଦିନ ଶ୍ରୀନଗରରେ ଦର୍ଶନୀୟ ସ୍ଥାନ ବୁଲିଥିଲେ ଏବଂ ପହଲଗାମ ଅଭିମୁଖେ ଯାଉଥିଲେ ।
ଲାବଣ୍ୟା କହିଛନ୍ତି ଯେ, ମୋ ସହ ଅନ୍ୟ ସଦସ୍ୟ ମାନେ ଦ୍ବିପ୍ରହର ଖାଦ୍ୟ ଖାଇବାକୁ ଏକ ହୋଟେଲ ଯାଇଥିଲୁ । ସେଠାରେ ଅର୍ଡର କରିଥିବା ମଟନ୍ ରୋଗନ୍ ଜୋଶ୍ ଅତ୍ୟଧିକ ଲୁଣିଆ ଥିଲା ଏବଂ ଏଥିରେ ବହୁତ ହାଡ଼ ଥିଲା, ଯାହା ଫଳରେ ଆମର ୭୦ ବର୍ଷରୁ ଅଧିକ ବୟସ୍କ ପିତାମାତାଙ୍କ ପାଇଁ ଖାଇବା କଷ୍ଟକର ହୋଇପଡୁଥିଲା । ରେଷ୍ଟୁରାଣ୍ଟ କର୍ମଚାରୀମାନେ ଏତେ ଖରାପ ଅନୁଭବ କଲେ ଯେ ସେମାନେ ଏହାକୁ ପୁଣି ଥରେ ତିଆରି କରିବାକୁ ଜିଦ୍ ଧରିଲେ । ମୁଁ ଖୁସି ଯେ ସେମାନେ ଏହା କଲେ । ସେହି ରେସିପିକୁ ପୁଣି ଥରେ ପ୍ରସ୍ତୁତ କରିବା ପାଇଁ ଯେଉଁ ଅତିରିକ୍ତ ସମୟ ଲାଗିଥିଲା ତାହା ବୋଧହୁଏ ଆମର ଜୀବନ ରକ୍ଷା କରିଥିଲା ।
ଲାବଣ୍ୟା କହିଛନ୍ତି ଯେ, “ଆମେ ପହଲଗାମକୁ ଦୁଇ ଦିନିଆ ଯାତ୍ରା ଯୋଜନା କରିଥିଲୁ । ଆମେ ଉପର ପାହାଡ଼ ଉପରକୁ ଯାଉଥିଲୁ ଏବଂ ଘଟଣାସ୍ଥଳରୁ ମାତ୍ର ଦୁଇ କିଲୋମିଟର ଦୂରରେ ପହଞ୍ଚିଥିଲୁ, ହଠାତ୍ ଆମେ ୧୦ ରୁ ୨୦ ଘୋଡା ତଳକୁ ଦୌଡ଼ୁଥିବାର ଦେଖିଲୁ । ପଶୁମାନେ ସ୍ପଷ୍ଟ ଭାବରେ ଭୟଭୀତ ହୋଇଯାଇଥିଲେ ଏବଂ ଆମେ ତୁରନ୍ତ ଅନୁଭବ କଲୁ ଯେ କିଛି ଗୋଟେ ଅଘଟଣ ହୋଇଛି ।
ପ୍ରଥମେ ଆମେ ଭାବିଲୁ ଭୂସ୍ଖଳନର ଭୟ ଥିବାରୁ ଅନ୍ୟ ପର୍ଯ୍ୟଟକମାନେ ସେମାନଙ୍କୁ ପଛକୁ ଫେରିବାକୁ କହୁଛନ୍ତି । ଏହି ଦୁଃଖଦ ଘଟଣା ବିଷୟରେ ଆମେ ଜାଣି ନ ପାରି ପରିବାର ଲୋକ ଫଟୋ ଉଠାଇବାରେ ସମୟ ବିତାଇଲେ । ଏହି ସମୟରେ ଯବାନଙ୍କ ସହିତ ଜଣେ ମହିଳାଙ୍କୁ କାନ୍ଦୁଥିବା ଦେଖିଲେ । ଏହା ପରେ ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କ ଫୋନ୍ କଲ୍ ଆସିଲା ତାପରେ ଜାଣିବାକୁ ପାଇଲୁ ଯେ, ଘଟଣା ବିଷୟରେ ଏବଂ କିପରି ଅଳ୍ପକେ ରକ୍ଷା ପାଇଗଲୁ ।
Comments are closed.